ଯୁବ ସାମ୍ବାଦିକଙ୍କ ମୃତ୍ୟୁରେ କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶୋକ ପ୍ରକାଶ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଖବର ସଂଗ୍ରହ ସମୟ ରେ ଆକସ୍ମିକ ମୃତ୍ୟୁ ବରଣ କୁ ସମଗ୍ର ରାଜ୍ୟରେ ଶୋକ ପାଳନ କରୁଥିବା ବେଳେ ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି l ସଙ୍ଘର ସଭାପତି ସନ୍ତୋଷ କୁମାର ଦାଶ ଙ୍କ ସମେତ ବରିଷ୍ଟ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ, ସଦାଶିବ ପାତ୍ର, ଫିଲି ମୋହନ ନାୟକ, ସୁବାଷ ଚନ୍ଦ୍ର ପ୍ରଧାନ, ପ୍ରେମ ଚାନ୍ଦ ସିଂ, ପବିତ୍ର ଦିଗାଲ, ହିମାଂଶୁ ବେହେରା,ମନୋରଞ୍ଜନ ରାୟ, ସୁବାଷ ଚନ୍ଦ୍ର ମହାରଣା, ବି.ଭି ଶଙ୍କର, ସନ୍ତୋଷ ମିଶ୍ର, ସଞ୍ଜୟ କୁମାର ପାଣିଗ୍ରାହୀ, ବସନ୍ତ ବେହେରା, ଅଶ୍ଵିନୀ ମନ୍ତ୍ରୀ, ତରଣି ସେନ ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଅରିନ୍ଦମଙ୍କ ପରିବାରକୁ ରାଜ୍ୟ ସରକାର ୫୦ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଦାଵୀ କରିଛନ୍ତି। ଏହା ସହ ତୁମୁଡ଼ିବନ୍ଧ ବ୍ଲକ ପ୍ରେସ କ୍ଲବ ପକ୍ଷରୁ ମଧ୍ଯ ଶୋକ ପାଳନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ