ଯୁବ ସ୍ୱାଭିମାନ ଦିବସ ଅବସରରେ ଗୋବରା ସମ୍ବାଦ ସାହିତ୍ୟ ଘର ଏବଂ ବେଲଗୁଣ୍ଠା ପ୍ରେସକ୍ଲବର ମିଳିତ ବୃକ୍ଷରୋପଣ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଯୁବ ସ୍ୱାଭିମାନ ଦିବସ ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଂଯୋଜନା ଏବଂ ଗୋବରା ସମ୍ବାଦ ସାହିତ୍ୟି ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ନେତୃତ୍ୱରେ ଗାଙ୍ଗପୁର ପଞ୍ଚାୟତ ଖେଳପଡିଆ ଏବଂ କନ୍ଧୁଣୀଦେବୀ ମନ୍ଦିର ନିକଟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସଭାପତି ଶ୍ରୀ ଦଳାଇଙ୍କ ନିର୍ଦେଶ କ୍ରମେ ସମସ୍ତେ ମାକ୍ସ ପିନ୍ଧି ଆଜିର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗୋବରା ସମ୍ବାଦ ସାହିତ୍ୟ ଘର ସମ୍ପାଦକ ଡ.ରତ୍ନ ସାଗର ମଲ୍ଲିକ, ସହସମ୍ପାଦକ ଶିଶିର କୁମାର ସ୍ଵାଇଁ, ଉପସଭାପତି ଶରତଚନ୍ଦ୍ର ଦାସ,କୋଷାଧ୍ୟକ୍ଷ ବିଭୁପାଦ ଜେନା ,ସଦସ୍ୟ ଗଙ୍ଗାଧର ରଣା, ସୁକାନ୍ତ ନାୟକ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ ବିଷୋୟୀ, ସାମ୍ବାଦିକ ପଞ୍ଚାନନ ସାହୁ,ସନ୍ତୋଷ ଡାକୁଆ, ପିଣ୍ଟୁ ତ୍ରିପାଠି, ଶିବରାମ ଚୌଧୂରୀ ପ୍ରମୁଖ ଉପସ୍ଥିତ ଥିଲେ Iଗାଙ୍ଗପୁର ବନ ବିଭାଗ ତରଫରୁ ବିଭିନ୍ନ କିସମର ବୃକ୍ଷ ଯୋଗାଇଦେଇଥିଲେ । ଆଜି ଉଭୟ ସ୍ଥାନରେ 80 ରୁ ଊର୍ଦ୍ଧ୍ଵ ଆମ୍ବ, ଜାମୁ, ପିଜୁଳି, ଶାଗୁଆନ୍, କରଞ୍ଜ, ଅର୍ଜୁନ ଭଳି ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା I ପ୍ରକାଶ ଥାଉକି ଆଜି ସମ୍ବାଦ ଏବଂ କନକ ଟିଭିର ମୁଖ୍ୟ ସମ୍ପାଦକ ତଥା ସମ୍ବାଦ ସାହିତ୍ଯଘର ପ୍ରତିଷ୍ଠାତା, ବିଶିଷ୍ଟ ରାଜନେତା ସ୍ୱମ୍ୟରଂଜନ ପଟ୍ଟନାୟକ ଙ୍କ ଜନ୍ମଦିନକୁ ସାରା ଓଡ଼ିଶାରେ ଯୁବ ସ୍ୱାଭିମାନ ଦିବସ ରୂପେ ପାଳନ କରାଯାଉଛି I ଏହି ଅବସରରେ ଆଜି ଗୋବରା ସମ୍ବାଦ ସାହିତ୍ୟ ଘର ଏବଂ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ବୃକ୍ଷରୋପଣ କରାଯାଇ ଶ୍ରୀ ପଟ୍ଟନାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା I


