ଯୈାତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ ,ଦେଢଶୁର ଗିରଫ

ବେଲଗୁଣ୍ଠା,(ଶିବରାମ ଚୈାଧୁରୀ) : ଯୈାତୁକ ନିର୍ଯ୍ୟାତନା ଅଭିଯୋଗରେ ଗାଙ୍ଗପୁର ପୋଲିସ  ୨ ଜଣକୁ ଗିରଫ କରିଛି । ହିନ୍ଦୁ ଧର୍ମର ରିତିନୀତି ଅନୁଯାୟୀ ଦୁହେଁ ବିବାହ କରିଥବା ବେଳେ ସ୍ତ୍ରୀକୁ ଅଧିକା ଯୈାତୁକ ଦାବୀ କରିବା ସହ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ପରେ ଗାଙ୍ଗପୁର ପୋଲିସ  ତଦନ୍ତ କରି ସ୍ୱାମୀ ସମେତ ଦେଢଶୁରକୁ ଗିରଫ କରିଛି । ମିଳିଥିବା ଖବର ଅନୁଯାୟୀ ବ୍ରହ୍ମପୁର ବଡ ବଜାର ଅଂଚଳର ବାଳକୃର୍ଷ୍ଣଙ୍କ ଝିଅ ବନଜା ପ୍ରଧାନ (୨୩) ବିଗତ ୪ ବର୍ଷ ତଳେ ବିବାହ କରିଥିଲେ । ସେହି ସମୟରେ ଯୈାତୁକ ବାବଦରେ ଦଶ ହଜାର ଟଙ୍କା ସମେତ କାଳିଆ କୁ ସୁନା ମୁଦି ଦେଇଥିଲେ । ହେଲେ ପୁଣି ଥରେ ବାପା ଘରୁ ଅଧିକ ଟଙ୍କା ଆଣିବା ନିମନ୍ତେ ଦୀର୍ଘ ୬ ମାସ ଧରି ବନଜାକୁ ନିର୍ଯ୍ୟାତନା ଦେଉଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଥିଲା ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ସ୍ୱାମୀ ଓ ଦେଢଶୁରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ