ଯୋଗୀ କୃଷ୍ଣଚନ୍ଦ୍ର ମୁନିଙ୍କ ପ୍ରତିମୃତ୍ତି ଅନାବରଣ

ହାଟଡିହି, (ବିକାଶ ବିଶ୍ୱାଳ):ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ମୁନୀ ସମାଜର ପ୍ରବକ୍ତା ତଥା ସଂଙ୍କିର୍ତ୍ତନ ମଣ୍ଡଳୀର କଳାକାର ସ୍ୱର୍ଗତ ଯୋଗୀ କୃଷ୍ଣଚନ୍ଦ୍ର ମୁନିଙ୍କ ପ୍ରତିମୃତ୍ତି ଅନାବରଣ ଉତ୍ସବ ଇଞ୍ଚୋଳ ପଞ୍ଚାୟତର ଭୁତପଦା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଲେଖକ ରତ୍ନାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଦ୍ୟକ୍ଷ ରମାକାନ୍ତ ନାୟକ, ମୁକ୍ୟ ବକ୍ତା ଭାବେ ବାଗ୍ମୀ ଯୋଗାଚାର୍ଯ୍ୟ ବାଇଧର ମୁନି, ସ୍ୱତନ୍ତ୍ର ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମ୍ମାନୀତ ଅତିଥି ଭାବେ ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ସଶ୍ମିତା ମହାପାତ୍ର, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ପଣ୍ଡିତ ରକ୍ଷାକର ଦାସ, ଯୋଗୀ ଚନ୍ଦ୍ରମଣି ମୁନି, ଆଇନିଜିବୀ ଚତୁର୍ଭୁଜ ଜେନା, ମରୈଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଯୋଗୀ କୃଷ୍ଣଚନ୍ଦ୍ର ମୁନିଙ୍କ ପ୍ରତିମୃର୍ତ୍ତୀ ଉନ୍ମୋଚନ କରିବା ସହିତ ତାଙ୍କର କର୍ମମୟ ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ । ସେ ଜଣେ ଏକାଧାରରେ ବହୁମୁଖି ପ୍ରତିଭାର ଅଧିକାରୀ ôତଲେ ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ ମତପ୍ରକାଶ କରିଥିଲେ । ଏହି ଅବସରରେ ଯୋଗାଚାର୍ଯ୍ୟ ବାଇଧର ମୁନି, ଶିକ୍ଷକ ତଥା ଯୋଗୀ ଚନ୍ଦ୍ରମଣି ମୁନି, ଶିକ୍ଷକ ଦୟାନିଧି ଜେନା, ପାଲାଗାୟକ ମଦନ ମୋହନ ଜେନା, ସମାଜସେବୀ ତଥା ସାହିତ୍ୟିକ ବାସୁଦେବ ଜେନା, କାର୍ତ୍ତିକେଶ୍ୱର ଜେନା, ଗୋବିନ୍ଦ ଚନ୍ଦ୍ର ଜେନାଙ୍କୁ ସେମାନଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁତ୍ର ନରେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ