ଯୋଗ୍ୟ ଙ୍କୁ ମିଳୁନି ଘର ପଟ୍ଟା

ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ବିଭିନ ବ୍ଲକ ରେ ତସିଲ କାର୍ଯ୍ୟାଳୟ ରହିଛି ଏବଂ ଲୋକଙ୍କ ସମାଧାନ ପାଇଁ ଜମି ପଟା ଜାତି ପ୍ରମାଣ ପତ୍ର, ଜମି ବିକା କିଣା ରେ ସାହାଯ୍ୟ ମିଳୁଛି କିନ୍ତୁ ମୋହନା ତସିଲି ରେ ଏହା ସାତ ସପନ| ରାଜ୍ୟ ସରକାର ଗରିବ ପାଇଁ ବିଭିନ ପ୍ରକାର ଯୋଜନା କରିଛନ୍ତି | ଜମି ହିନ ଙ୍କୁ ଜମି ମିଳୁନି , ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ରେ ଜିଲ୍ଲାପାଳ ଉପସ୍ଥିତରେ ଦଶ ରୁ ବାର ଜଣଙ୍କୁ ଜମି ପଟା ଦେଇ ଥାନ୍ତି କିନ୍ତୁ ଜିଲ୍ଲାପାଳ ପଳାଇବା ପରେ ତହସିଲଦାର ଭୁଲିଯାନ୍ତି ଲୋକଙ୍କୁ ଜମି ପଟା ଦେବାକୁ | ବର୍ଷ ବର୍ଷ ଧରି ଲୋକେ ଜମି ପଟା ଆବେଦନ କରିଛନ୍ତି କିନ୍ତୁ ମିଳୁନି, ଘର ପଟା ଏପରିକି ଜମି ପଟା ଆବେଦନ ରେ ଗୋଟେ ଥର ଟଙ୍କା ବାନ୍ଧିଥିଲେ ବି ପୁଣି ବାନ୍ଦିବା ପାଇଁ ନଟିସ୍ କରୁଛନ୍ତି | ଯଦି ଲୋକେ ଅଭିଯୋଗ କରି ବାର ବାର ଆସିବା କୁ ପଡୁଛି ତସିଲି କାର୍ଯ୍ୟାଳୟ କୁ ଆଉ ନିରାଶ ହୋଇ ଫେରନ୍ତି , ଏପରି ଘଟଣା ଘଟିଛି ମୋହନା ୩୯ ପଞ୍ଚାୟତ ରେ ଲୋକ ଙ୍କୁ ମିଳୁନି ଜମି ପଟା କି ଜାତି ପ୍ରମାଣ ପତ୍ର |ଜମି କିଣା ବିକା ପାଇଁ ଆବେଦନ କରିଥିବା ଲିଗାଲ ସାଟିପିକେଟ୍ ବି ଦେଉନାହାନ୍ତି | ଗୋବିନ୍ଦପୁର ଗାଁ ର ଅନେକ ବ୍ୟକ୍ତି ଆଜିକୁ ଗୋଟେ ବର୍ଷ ବିତିଗଲାଣି ଜମି ପଟା ଆବେଦନ କରି କିନ୍ତୁ ପାଉନାହାନ୍ତି |ଏପରିକି ବୁଡ଼ି ଅଞ୍ଚଳ ବାସି ମଧ୍ୟ ପାଉନାହାନ୍ତି ଜମି |ଜମି ହିନକୁ ପଟା ନାଇ କିନ୍ତୁ ଉଚ୍ଚ ଶ୍ରେଣୀ ଲୋକେ ସରକାରୀ ଜମି ଜବର ଦଖଲ କରି ବିକ୍ରୀ କରିବାରେ ବ୍ୟସ୍ତ ତାହା ବି ଖୋଦ ମୋହନା ରେ ସରକାରୀ କର୍ମଚାରୀ ମାନେ କିଛି ସରକାରୀ ଜମିକୁ ଜବରଦଖଲ କରିବାରେ ବ୍ୟସ୍ତ | ଆଜି ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ଜମି ବିବାଦ ର ସୋମାଧନ ହୋଇ ପାରୁନି ଗରିବ କୁ ନାଲି ଆଖି ଦେଖାଇ ଧନିକି କୁ ଶଯ୍ୟା ମିଳୁଛି ଲୋକଙ୍କ ସମସ୍ୟା କୁ ନବୁଝି ରାଜସ୍ୱ ବୃଦ୍ଧି କରିବାରେ ତସିଲି ଦାର ବାଲି ଗୁଡିପଥର ଗାଡ଼ି ଅଟକାଇ ହଜାର ହଜାର ଟଙ୍କା ଆଦାୟ କରୁଛନ୍ତି | କିନ୍ତୁ ଦିନ ଦିପହରେ ନଦୀରୁ ନିଜ ଜାଗା କହି କେତେ ବାଲି ବୁହା ହେଉଛି ତାହା କୁ ନଜର ନାଇ, କିନ୍ତୁ ଯେ ଘର ତିଆରି ପାଇଁ ବାଲି ନେବେ ତାଙ୍କ ପାଖରୁ ଟିକସ ଆଦାୟ କରା ଯାଉଛି |  ଗରିବକୁ ଦେଖିବା ପାଇଁ ସମୟ ନାହିଁ, ଅନ୍ୟ ପଟେ ରାସ୍ତା କଡରେ ଜୋର ଯବରଦଖଲ ମାଡି ବସି ଘର କରିଛନ୍ତି ସେମାନଙ୍କୁ କଡା ଯାଇପାରୁନି ଯାହା ଫଳରେ ଲୋକେ ଗାଡ଼ି ରଖିବା କିମ୍ବା ଶୌଚାଳୟ କରିବା ପାଇଁ ଜାଗା ମିଳୁନି |ଓକିଲ ମାନେ  ଜରୁରୀ କାଳୀନ କାଗଜ ପତ୍ର ଆବେଦନ କରିଲେ ବି ମିଳୁନି | ଅନ୍ୟପଟେ ଷ୍ଟାମ୍ପ ପେପର ବିକ୍ରି କରିବା ପାଇଁ ତସିଲି କାର୍ଯ୍ୟଳୟ ରେ ରହିବା କଥା କିନ୍ତୁ ଜଣକ ନାମରେ କାଗଜ ପତ୍ର  ଅନ୍ୟ ଜଣେ ଚଡା ଦରରେ ବାହାରେ ବିକ୍ରୀ କରୁଛନ୍ତି | ଏଥି ପ୍ରତି ନଜର ପଡୁନି ଏପରି କାରବାର କୁ ଅଞ୍ଚଳ ବାସି ଓ ଓକିଲ ସଂଘ ନିନ୍ଦା କରିଛନ୍ତି ତେଣୁ ଜିଲ୍ଲା ପାଳ ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ଅଞ୍ଚଳ ବାସି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ