ଯୋଡା ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ସହାୟତା ରାଶି ପ୍ରଦାନ
ଯୋଡା,(ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ବ୍ଲକରେ କାର୍ଯ୍ୟ କରୁଥିବା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବୁଧବାର କରୋନା ହାୟତା ରାଶି ବାବଦକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୮ ହଜାର ୨ଶହ ଙ୍କା ପ୍ରଦାନ କରାଯାଇଛି । ବୁଧବାର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଏକାଉନ୍ଟରେ ଜମା କରି ଏହାର ରସିଦ ଯୋଡା ବ୍ଲକ ଅତିରିକ୍ତ ଶିକ୍ଷା ଧିକାରୀ କାର୍ତିକ ବେହେରା ଓ ମୁଖ୍ୟ କିରାନୀ ଦେବାନନ୍ଦ ପାତ୍ରଙ୍କୁ ପ୍ରଦାନ କରିଥିଲେ । କନିଷ୍ଠ ଶିକ୍ଷକସଂଘ ପକ୍ଷରୁ ସଭାପତି ବସନ୍ତ ପୃଷ୍ଟି, ଉପସଭାପତି ଧନୁର୍ଜୟ ମୁଣ୍ଡା, ସଦସ୍ୟ ନବ କୁମାର ମଲିକ, କୁନାଲ ପାତ୍ର ପ୍ରମୁଖ ଉପସ୍ଥିତ ରହି ଉକ୍ତ ସହାୟତା ରାଶି ପ୍ରଦାନ କରିଥିଲେ ।