ଯୋଡା ରୋଟାରି କ୍ଲବ ପକ୍ଷରୁ ଗୁରୁ ଦିବସ ପାଳନ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ରୋଟାରି କ୍ଲବ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରୋଟାରି କ୍ଲବର ସଦସ୍ୟମାନେ ଖୁନ୍ଟପାଣିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯୋଡା ଇଷ୍ଟ ମଧ୍ୟ ଇଂରାଜୀ ଓ ଯୋଡା ଭ୍ୟାଲି ଗାଲର୍ସ ହାଇସ୍କୁଲଠାରେ ପହନଚି ଛାତ୍ରୀଛାତ୍ରମାନଙ୍କୁ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଓ ଗୁରୁ ଶିଷ୍ୟ ପରମ୍ପରାର ସମ୍ପର୍କରେ ନିଜନିଜର ମତ ପ୍ରଦାନ କରିଥିଲେ । ଗୁରୁ ଦିବସ ଅବସରରେ ଯୋଡା ରୋଟାରି କ୍ଲବ ପକ୍ଷରୁ ଦୁଇ ଜଣ ଶିକ୍ଷକଙ୍କୁ ସେମାନଙ୍କ କର୍ତବ୍ୟ, ନିଷ୍ଠା, ଛାତ୍ରବତ୍ସଳତା ନିମନ୍ତେ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପୂର୍ବ ଯୋଡା ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଣାପାଣି ପାତ୍ର ଏବଂ ଯୋଡା ଭ୍ୟାଲି ଗାର୍ଲସ ହାଇସ୍କୁଲ ର ଶିକ୍ଷକ ଅନୀଲ କୁମାର ଗିରି ଙ୍କୁ ଯୋଡା ରୋଟାରି କ୍ଲବର ସଭାପତି ସିଦ୍ଧାର୍ଥ ସାରଥୀ କର ଏବଂ ସଂପାଦକ ଜିତେନ୍ଦ୍ର କୁମାର ବୈଦ୍ୟ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ । ରୋଟାରି କ୍ଲବର ସଦସ୍ୟ ମାନଙ୍କ ମଧ୍ୟରେ ରୋଟାରିଆନ୍ ଡଃ ମାଧବ ମିଶ୍ର, ପ୍ରକାଶ ମହାନ୍ତି, ସୁନିଲ ବାସୋତିଆ, ଦୀପକ ବିହାରୀ, ରାଜଶ୍ରୀ ମହାନ୍ତି, ସ୍ୱରୂପ ପଣ୍ଡା, ରୀନା ସିଂଘାଣିଆ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଯୋଡା ସହରର କୁନ୍ଦୁରୁନାଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଯୋଡା ଲକ୍ଷ୍ମୀ ପଡିଆ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରାଯାଇଥିଲା ।