ଯୋଶଦା ଫାଉଣ୍ଡେସନ ପକ୍ଷରୁ ଏକାକୀ ମହିଳାଙ୍କୁ ଛେଳି ବଂଟନ

ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଂଚାୟତର ଗୋଲାପଲ୍ଲୀ ଗ୍ରାମରେ ଗୁରୁବାର ଯୋଶଦା ଫାଉଣ୍ଡେସନ ପକ୍ଷରୁ ଜଗତପଲ୍ଲୀ ଗ୍ରାମର ଏକାକୀ ତଥା ଅବିବାହିତ ମହିଳା ଗୁରୁବାରୀ ପ୍ରଧାନଙ୍କୁ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୈାରହିତ୍ୟରେ ଦୁଇଟି ଛେଳି ବଂଟନ କରାଯାଇଥିଲା । ଏହାଦ୍ୱାରା ସେ କିଛି ଆର୍ଥକ ଉତ୍ପାଜନ କରି ନିଜ ଚଳିପାରିବ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ସମାଜସେବୀ ଅଶୋକ କୁମାର ଚୈାଧୂରୀ ଓ ଶିକ୍ଷାବିତ୍ ତଥା ସାମ୍ବାଦିକ କୃପାସିନ୍ଧୁ ପଣ୍ଡା ଅତିଥୀ ଭାବେ ଯୋଗଦେଇ ଯୋଶଦା ଫାଉଣ୍ଡେସନ ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବାସହ ଉପସ୍ଥିତ ମହିଳା ମାନଙ୍କୁ ବିଭିନ୍ନ ଦିଗ ଉପରେ ସଚେତନତା କରାଇଥିଲେ । ଏଥିରେ ଗୋଲାପଲ୍ଲୀ ଓ ଜଗତପଲ୍ଲୀ ଗ୍ରାମର ବହୁ ମହିଳା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଯୋଶଦା ଫାଉଣ୍ଡେସନର ଟ୍ରଷ୍ଟି ସାଗରିକା ପଣ୍ଡା, ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ