ସମଗ୍ର ଶିକ୍ଷା ତରଫରୁ ବିଶ୍ୱ ବଧିର ଦିବସ ପାଳନ

ଛତ୍ରପୁର: ଗୁରୁବାର ଦିନ ଜିଲ୍ଲା ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷରେ ବିଶ୍ୱ ବଧିର ଦିବସ ପାଳନ କରାଯାଇଅଛି । ଜିଲ୍ଲା ଶିକ୍ଷାଅଧିକାରୀ ଡଃ.ସନାତନ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦଘାଟନ କରିଥିଲେ । ସର୍ବ ପ୍ରଥମେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ ଦିବସ ସମ୍ବନ୍ଧରେ କହିଥିଲେ । ଖଲୋକୋଟର ଗୋଷ୍ଠୀ ସମ୍ବଳ ଶିକ୍ଷକ ପ୍ରଣବ କୁମାର ଶତପଥୀ ଦିବସର ତାତ୍ପର୍ଯ୍ୟ ଓ ବଧିର ବ୍ୟକ୍ତିମାନଙ୍କ ସମ୍ବନ୍ଧରେ ଆଲୋଚନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ପଣ୍ଡା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବଧିର ଛାତ୍ର ମାନଙ୍କର ଶିକ୍ଷା ଅଧିକାର ଓ ଶିକ୍ଷା ଗ୍ରହଣର ବିଭିନ୍ନ ମାଧ୍ୟମ ବିଷୟରେ ଉପସ୍ଥିତ ଥିବା ପ୍ରତି ବ୍ଲକର ସମସ୍ତ ଗୋଷ୍ଠୀ ସମ୍ବଳ ଶିକ୍ଷକ ତଥା ୨ଜଣ ଲେଖାଁଏ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଜିଲ୍ଲାପ୍ରକଳ୍ପ ସଂଯୋଜିକା ବିନୀତା ସେନାପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ କେବଳ ଯେ ବଧିର ମାନଙ୍କର ଶିକ୍ଷା ଅଗ୍ରସର ହେବ ତା ନୁହେଁ ସମଗ୍ର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ ଅଗ୍ରସର ତା ଯେପରି ହାସଲ କରିହେବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଅର୍ଥ ପରାମର୍ଶ ଦାତା ମଧୁସୂଦନ ପରିଡା ବଧିର ମାନଙ୍କ ଶିକ୍ଷା ଗ୍ରହଣରେ ସାକଂତେିକ ଭାଷାର ଆବଶ୍ୟକତା ଓ ଉପାଦେୟତା ବିଷୟରେ ବର୍ଣ୍ଣନା କରିଥିଲେ । ଜିଲ୍ଲା ଶିକ୍ଷା ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡା ନିଜର ଅନୁଭୂତିରୁ ବଧିରମାନଙ୍କ ଶିକ୍ଷା ଗ୍ରହଣରେ ସହପାଠୀ ଓ ଶିକ୍ଷକ ମାନଙ୍କ ଗୁରୁ ଦାୟିତ୍ୱ ସମ୍ବନ୍ଧରେ ନିଜର ଅଭିମତ ରଖିଥିଲେ । ପରିବେଶରେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଶ୍ରୀ ସାହୁ ସମଗ୍ର ଶିକ୍ଷାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ବିଭିନ୍ନ ସୁବିଧା ସୁଯୋଗ ସମ୍ବନ୍ଧରେ ଶିବିରାର୍ଥୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଏମ୍.ଡମ୍ବୁରୁ ଦୋରା, ବିଜୟ କୁମାର ବେହେରା, ଅଶ୍ୱିନୀ କୁମାର ପାଇକରାୟ ଓ ଅଜୟ କୁମାର ସାହୁ ପରିଚାଳନା ଓ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ