ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ରାଣିଗଡ଼ିଆ ଗ୍ରାମରେ ଯୌତୁକ ପାଇଁ ବଧୂ ନିର୍ଯାତନା ଅଭିଯୋଗ ହୋଇଛି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ ବନ୍ତ ଥାନା ଅଧିନ କେନ୍ଦୁଆପଦା ଗ୍ରାମର ଅନନ୍ତ ସ୍ବାଇଁଙ୍କ ଝିଅ ସୁମିତ୍ରା ୨୦୨୦ମସିହାରେ ରାଣିଗଡ଼ିଆ ଗ୍ରାମର ଅଦ୍ୱୈତ ସାମଲଙ୍କ ପୁଅ ଭକ୍ତହରିଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବାହାଘର ପରେ ଭକ୍ତହରି ପତ୍ନୀ ସୁମିତ୍ରାକୁ ଅଧିକ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏନେଇ ପତ୍ନୀ ସ୍ଥାନୀୟ ଥାନାରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ଅଭିଯୁକ୍ତ ଭକ୍ତହରିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ୩୪୫/୨୩ରେ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି।