ଯୌତୁକ ନିର୍ଯ୍ୟାତନା ଅଭିଯୋଗ, ସ୍ୱାମୀ, ଶାଶୁ, ଶ୍ୱଶୁର ସମେତ ୪ ଜଣଙ୍କ ନାମରେ ମାମଲା
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଥାନା ଅଧିନ ଜିରିଣା ଗ୍ରାମର ସ୍ୱର୍ଗତ ଜଳଧର ଦାସଙ୍କ ଝିଅ ପ୍ରମିଳାଙ୍କୁ ତାଙ୍କ ସ୍ୱାମୀ ତଥା ତିହିଡି ଥାନା ଅଧିନ ବିରବରପୁର ଗ୍ରାମର ବିରଣ ମଳିକ ଓ ଶାଶୁ, ଶ୍ୱଶୁର ମିଶି ଯୌତୁକ ନିର୍ଯ୍ୟାତନା ଦେବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ୫ ବର୍ଷ ପୂର୍ବେ ଜିରିଣା ଗ୍ରାମର ସ୍ୱର୍ଗତ ଜଳଧର ଦାସଙ୍କ ଝିଅ ପ୍ରମିଳାଙ୍କ ସହିତ ତିହିଡି ଥାନା ଅଧିନ ବିରବରପୁର ଗ୍ରାମର ଭାଗୀରଥି ମଳିକଙ୍କ ପୁଅ ବିରଣ ମଳିକଙ୍କ ସହିତ ଭଦ୍ରକ ବଙ୍କବାସୁଳୀ ମନ୍ଦିରରେ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ବେଳେ ବରପକ୍ଷର ଦାବୀ ମୁତାବକ ୪୦ ହଜାର ଟଙ୍କା ସମେତ ବିଭିନ୍ନ ପ୍ରକାର ଅଳଙ୍କାର ଓ ଆସବାବପତ୍ର ପ୍ରଦାନ କରାଯାଇଥିଲା । ବିବାହ ପର ଠାରୁ ସ୍ୱାମୀ, ଶାଶୁ, ଶ୍ୱଶୁର ମିଶି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ସ୍ୱାମୀ ଜଣେ ମଦ୍ୟପ ଓ ନିଶାସକ୍ତ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ବିିଭିନ୍ନ ସମୟରେ ମାରଧର କରନ୍ତି । ଗତ ୫ ତାରିଖରେ ବାପଘର ଲୋକଙ୍କୁ ଫୋନ ଆସିବା ପରେ ପ୍ରମିଳାଙ୍କ ଭିଣୋଇ ସେଠାରେ ପହଞ୍ôଚ ଥିଲେ । ପରେ ସେଠାରେ ଭଦ୍ରବ୍ୟକ୍ତି ମାନଙ୍କ ଉପସ୍ଥିତିରେ ଆଲୋଚନା ହେବା ସମୟରେ ତାଙ୍କ ସ୍ୱାମୀ ତାଙ୍କୁ ଜୀବନରୁ ମାରି ଦେବାକୁ ପ୍ରକାଶ୍ୟରେ ଧମକ ଦେଇଥିଲେ । ଫଳରେ ପ୍ରମିଳା ଭୟଭୀତ ହୋଇ ନିଜ ପୁଅକୁ ସାଥିରେ ଧରି ବାପଘରକୁ ପଳାଇ ଆସିଥିଲେ । ପରେ ବନ୍ତ ଥାନାରେ ପ୍ରମିଳାଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ-୨୯/୨୦ ମୂଳେ ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ସମେତ ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି ।