ଯୌତୁକ ପାଇଁ ବୋହୁକୁ ନିର୍ଯାତନା, ଭାଇକୁ ଆକ୍ରମଣ

ହାଟଡିହି, (ବିକାଶ ବିଶ୍ୱାଳ):ଯୌତୁକ ପାଇଁ ବୋହୁକୁ ନିର୍ଯାତନା ଦେଇ ଭାଇକୁ ଆକ୍ରମଣ କରିବା ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ବୋହୂର ବାପ ଘର ଲୋକେ l ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚଳ ଗ୍ରାମରେ l ଗ୍ରାମର ପରୁଷୋତ୍ତମ ନାୟକଙ୍କ ପୁଅ ବିଭୂପ୍ରସାଦ ତରଭା ଗ୍ରାମର ପଞ୍ଚାନନ ନାୟକଙ୍କ ଝିଅ ରୋଜିନାଙ୍କୁ ଗତ କିଛି ମାସ ତଳେ ବିବାହ କରିଥିଲା। କିନ୍ତୁ ବାହାଘରର କିଛିଦିନ ଗଲାପରେ ରୋଜିନାଙ୍କୁ ଶଶୁର ଘର ଲୋକ ଯୌତୁକ ବାବଦକୁ ଆଉ ଅଧିକ ଦୁଇ ଲକ୍ଷ ଟଙ୍କା ଦାବିକରି ନିର୍ଯାତନା ଦେଇ ଆସୁଥିଲେ l ଗତକାଲି ରାତିରେ ବୋହୂ ରୋଜିନାକୁ ପ୍ରବଳ ପିଟାମରା କରିଥଲେ। ରୋଜିନା ଏନେଇ ପରିବାର ଲୋକଙ୍କୁ ଫୋନ ଯୋଗେ ଜଣାଇ ଥିଲେ। ଏହା ଶୁଣିବା ପରେ ଆଜି ସକାଳୁ ରୋଜିନାର ବାପା ଓ ଭାଇ ଉଭୟ ଇଞ୍ଚୋଳରେ ଝିଅ ପାଖରେ ଥିଲେ l ଘଟଣା କଣ ପଚାରିବାରୁ ସେଠାରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଉଭୟଙ୍କୁ ଧକ୍କା ମାରି ବାହାର କରିବା ସହ ଭାଇ ସୁନୀଲଙ୍କୁ ଏକ ବାଡ଼ିରେ ଆଘାତ କରି କ୍ଷତାକ୍ତ ହୋଇଥିଲେ। ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଯାଇ ରୋଜୀନାକୁ ଉଦ୍ଧାର କରିଛି। ସେ ଏବେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଭାଇ ସୁନିଲ ମଧ୍ଯ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ