ରକ୍ତଚାପ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର, (ଅନିଲ କୁମାର):ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଚର୍ମରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ଚର୍ବି ଜାତୀୟ ଖାଦ୍ୟ ପ୍ୟାକେଟ୍ କ୍ଷୀର,ପନିର, ଆମିଷ, ତେଲ, ବନସ୍ପତି ଘିଅ,କ୍ରୋଧ,ହିଂସା, ଚିନ୍ତା ଦ୍ବାରା ରକ୍ତଚାପ ହୁଏ;ଏହାକୁ ତ୍ୟାଗ କରି ଯୋଗ, ପ୍ରାଣାୟାମ କଲେ ରକ୍ତଚାପ ହୁଏ ନାହିଁ l ଆବଶ୍ୟକ ହେଲେ ସର୍ପଗନ୍ଧା ଚେର କିମ୍ବା ରସୁଣ ଚିକିତ୍ସକଙ୍କ ପରାମର୍ଶରେ ସେବନ କଲେ ରକ୍ତଚାପ ଭଲ ହୋଇଯାଏ l ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ l ଶିବିରର ପ୍ରାୟୋଜକ ଥିଲେ ଜୟନ୍ତୀ ଲାଲ ନରସି ଚୌହାନ ଓ ପରିଚାଳନାରେ ସହଯୋଗ କରିଥିଲେ ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟି ସଭ୍ଯ ସଭ୍ୟା l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି l ଡ଼l. ନକୁଳ ସାହୁ, ଫୋନ 9861450612, Press code no 090/GJM /N/2020.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ