ରକ୍ତଦାନ ପାଇଁ ରମ୍ଜାନ୍ ଉପବାସ ଭାଙ୍ଗିଲେ

ଜଣେ ୨୬ ବର୍ଷୀୟ ଯୁବକ ଏମ୍ଡି ପନଉଲ୍ଲା ଅହମ୍ମଦ ରକ୍ତଦାନ କରିବା ପାଇଁ ରମ୍ଜାନ ଉପବାସ ଭାଙ୍ଗିଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପନଉଲ୍ଲାଙ୍କ ଏଭଳି କାମ ଏବେ ଲୋକମାନଙ୍କୁ ସାହାଯ୍ୟ କରିବା ଦିଗରେ ପ୍ରେରଣା ଯୋଗାଇଛି । ପନଉଲ୍ଲା ଏ ସମ୍ପର୍କରେ କହିଛନ୍ତି ଯେ, “ବୁଧବାର ଭୋର୍ ସମୟରେ ମୁଁ ମୋର ଖାଇବା ସାରି ଉପବାସ ଆରମ୍ଭ କରିଥିଲି । ଏହି ସମୟରେ ମୋ ସହିତ ରହୁଥିବା ମୋର ବନ୍ଧୁ ତାପସ ମୁଣ୍ଡରେ ହାତ ଦେଇ ଚିନ୍ତା କରୁଥିବାର ମୁଁ ଦେଖିଲି । କାରଣ ପଚାରିବାରୁ ଡାକ୍ତରଖାନାରେ ଜଣଙ୍କୁ ଓ’ ପଜେଟିଭ୍ ରକ୍ତ ଦରକାର ବୋଲି ସେ ମୋତେ କହିଲା । ମୋର ରକ୍ତର ବର୍ଗ ଓ’ ପଜେଟିଭ୍ ଜାଣି ମଧ୍ୟ ମୁଁ ରମ୍ଜାନ୍ ଉପବାସ ରଖିଥିବାରୁ ସେ ମୋତେ ରକ୍ତ ଦେବା ପାଇଁ ମନା କରିଥିଲା । କିନ୍ତୁ ମୁଁ ରକ୍ତ ଦେବା ପାଇଁ ବାଧ୍ୟ କରିଥିଲି । ରକ୍ତ ଦେବା ପୂର୍ବରୁ ମୁଁ କିଛି ମୌଲବୀଙ୍କ ସହ କଥା ହେବା ପରେ ସେମାନେ ମୋତେ ଦୁର୍ବଳ ଲାଗିଲେ ଉପବାସ ଭାଙ୍ଗିବାକୁ କହିଥିଲେ । ଏହା ପରେ ମୁଁ ଯାଇ ରକ୍ତଦାନ କରିଥିଲି । ରକ୍ତଦାନ ପରେ ଜଣେ ବୃଦ୍ଧଙ୍କ ରକ୍ତଦାନ କରାଯାଇଥିଲା । ରକ୍ତଦାନ ପରେ ମୋତେ ଦୁର୍ବଳ ଲାଗିବାରୁ ମୁଁ ବାଧ୍ୟ ହୋଇ ବ୍ରତ ଭାଙ୍ଗିଥିଲି ।” ତେବେ ପନଉଲ୍ଲାଙ୍କ ଏଭଳି କାମ ସାମ୍ନାକୁ ଆସିବା ପରେ ଏବେ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ