ଜାତକରୁ ଜାଣନ୍ତୁ ପୂର୍ବଜନ୍ମର ରହସ୍ୟ

ପ୍ରାଣୀ ନିଜର କର୍ମ ଅନୁସାରେ ମନୁଷ୍ୟ ଜନ୍ମ ପାଇଥାଏ । ବ୍ୟକ୍ତି ନିଜ ପୂର୍ବ ଜନ୍ମରେ କ’ଣ ଥିଲା, ତାହା ଜାଣିବା ପାଇଁ କେବେ କେମିତି ଚେଷ୍ଟା କରିଥାଏ । ପୂର୍ବ ଜନ୍ମ ସମ୍ପର୍କରେ ଜାଣିବା ଲାଗି କେତେକଙ୍କ ଉତ୍ସାହ ମଧ୍ୟ ଥାଏ । ତେବେ ଏ ସମ୍ପର୍କରେ ଜାଣିବା ।
ପ୍ରଥମ ଲଗ୍ନରେ ବୃହସ୍ପତି :
ଯେଉଁମାନଙ୍କ ଜନ୍ମ ଜାତକରେ ବୃହସ୍ପତି ପ୍ରଥମ ଲଗ୍ନରେ ରହିଥାଆନ୍ତି, ସେମାନଙ୍କ ଜନ୍ମ ପୂର୍ବଜଙ୍କ ଅଭିଶାପ କିମ୍ବା ଆଶୀର୍ବାଦ ଯୋଗୁଁ ହୋଇଥାଏ । ସେମାନଙ୍କ ଜୀବନରେ ସୁଖ ଓ ଦୁଃଖ ଉଭୟ ଅଭିଶାପ ଏବଂ ଆଶୀର୍ବାଦ ଦ୍ୱାରା ହୋଇଥାଏ ।
ଦ୍ୱିତୀୟ ଓ ଅଷ୍ଟମ ଲଗ୍ନରେ ବୃହସ୍ପତି :
ଯେଉଁମାନଙ୍କ ଜନ୍ମଜାତକରେ ବୃହସ୍ପତି ଦ୍ୱିତୀୟ ଓ ଅଷ୍ଟମ ଲଗ୍ନରେ ରହିଥାଏ, ସେମାନେ ପୂର୍ବ ଜନ୍ମରେ ବ୍ରାହ୍ମଣ ସମ୍ପ୍ରଦାୟର ହୋଇଥାନ୍ତି । କୌଣସି ଇଚ୍ଛା ପୂରଣ ନ ହେବା କାରଣରୁ ସେମାନେ ପୁନର୍ବାର ଜନ୍ମ ନେଇଥାନ୍ତି । ସେମାନଙ୍କୁ ମୃତ ଆତ୍ମାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଇଛି ।
ତୃତୀୟ ଲଗ୍ନରେ ବୃହସ୍ପତି :
ଯେଉଁମାନଙ୍କ ଜନ୍ମଜାତକ ତୃତୀୟ ଲଗ୍ନରେ ବୃହସ୍ପତି ରହିଥାନ୍ତି, ସେମାନଙ୍କ ଜନ୍ମ ପରିବାରର କୌଣସି ପୁଣ୍ୟାତ୍ମା ମହିଳାଙ୍କ ଆଶୀର୍ବାଦ ଦ୍ୱାରା ହୋଇଥାଏ । ଏମାନଙ୍କ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ ।
ଚତୁର୍ଥ ଲଗ୍ନରେ ବୃହସ୍ପତି :
ଯେଉଁମାନଙ୍କ ଜନ୍ମଜାତକର ଚତୁର୍ଥ ଲଗ୍ନରେ ବୃହସ୍ପତି ଥାଆନ୍ତି, ସେହି ବ୍ୟକ୍ତିମାନେ ପରିବାରର ପୂର୍ବପୁରୁଷଙ୍କ ଆଶୀର୍ବାଦ ଦ୍ୱାରା ଜନ୍ମ ହୋଇଥାନ୍ତି । ପୂର୍ବପୁରୁଷ ପୁନର୍ବାର ସେହି ପରିବାରରେ ଜନ୍ମ ନେଇଥାଆନ୍ତି ବୋଲି କୁହାଯାଇଛି ।
ପଞ୍ଚମ ଲଗ୍ନରେ ବୃହସ୍ପତି :
ଯେଉଁମାନଙ୍କ ଜନ୍ମଜାତକର ପଞ୍ଚମ ଲଗ୍ନରେ ବୃହସ୍ପତି ଅବସ୍ଥାପିତ କରିଥାଆନ୍ତି, ସେହି ବ୍ୟକ୍ତିମାନେ ପୂର୍ବଜନ୍ମରେ କୌଣସି ତନ୍ତ୍ରସାଧନା ବ୍ୟକ୍ତି ହୋଇଥାଆନ୍ତି । ମୃତ୍ୟୁ ପରେ ଅଭିଶାପ ଦ୍ୱାରା ପୁନର୍ଜନ୍ମ ପାଇଥାଆନ୍ତି । ଏହି ବ୍ୟକ୍ତି ପରିବାରର ସୁଖରେ ବାଧା ସୃଷ୍ଟି କରିଥାଆନ୍ତି । ସର୍ବଦା ମାନସିକ ଅଶାନ୍ତିରେ ଜୀବନ ଅତିବାହିତ କରିଥାଆନ୍ତି । ଯେଉଁମାନଙ୍କ ଜନ୍ମଜାତକରେ ବୃହସ୍ପତିଙ୍କ ସହ ରାହୁ ଅବସ୍ଥାପନ କରିଥାଆନ୍ତି, ସେମାନେ ଜୀବନରେ କେବେ ମଧ୍ୟ ଉନ୍ନତି କରିପାରନ୍ତିନାହିଁ । ସର୍ବଦା ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ