ରକ୍ଷଣା ବେକ୍ଷଣ ପାଇଁ ୨୨ଦିନ ସଟଡାଉନ୍ ହେବ ପାରାଦ୍ୱୀପ ରିଫାଇନାରୀ

ପାରାଦ୍ୱୀପ, (ପୀତବାସ ପ୍ରଧାନ) : ଜୁଲାଇ ମାସ ୨୫ ତାରିଖରୁ ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ୨୨ଦିନ ଧରି ସଟ୍ ଡାଉନ୍ ହେବ ପାରାଦ୍ୱୀପ ରିଫାଇନାରୀ , ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶନିବର ସୂଚନା ଦେଇଛନ୍ତି । ଏହି ସମ୍ରୟରେ ରିଫାଇନାରୀ ର ବାର୍ଷିକ ରକ୍ଷଣା ବେକ୍ଷଣ କାର୍ଯ୍ୟ କରାଯିବ । ପ୍ରାୟ ୫୦୦ରୁ ଶ୍ରମିକ ରାଜ୍ୟ ବାହରୁ ଆସି କାର୍ଯ୍ୟରେ ସାମିଲ ହେବେ । ୭୦୦ରୁ ୮୦୦ ସ୍ଥାନୀୟ ଶ୍ରମିକଙ୍କୁ ଏହି କାର୍ଯ୍ୟରେ ନିୟୋଜନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିପାଇଁ ରିଫାଇନାରୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ । ବହିରାଗତ ଶ୍ରମିକମାନଙ୍କୁ ସିଧା ସଳଖ କାମରେ ନିୟୋଜିତ କରାଯିବ ନାହିଁ । ରିଫାଇନାରୀ ଦ୍ୱାରା ସ୍ଥାପନ କରାଯାଇଥିବା କ୍ୱାରେନ୍‌ଟାଇନ୍ ସେଣ୍ଟର ରେ ସେମାନେ ୧୪ ଦିନିଆ କ୍ୱାରେନଟାଇନ୍‌ରେ ରହିବେ । ଯେଉଁ ମାନଙ୍କର ସ୍ୱାବ୍ ନେଗେଟିଭ୍ ଆସିବ ସେମାନଙ୍କୁ କାମ କରିବାକୁ ସୁଯୋଗ ଦିଆଯିବ ବୋଲି ରିଫାଇନାରୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ୱାରେନଟାଇନ୍ ସେଣ୍ଟରରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ