ରଘୁନାଥପୁରରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବନ୍ତ ପଞ୍ଚାୟତ ଅଧିନ ରଘୁନାଥପୁର ଗ୍ରାମରେ ଶ୍ରୀ ଶ୍ରୀ ନିତାଇ ଗୌରାଙ୍ଗ ମହାପ୍ରଭୁଙ୍କର ବାର୍ଷିକ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଅନୁ୍ଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବରଗଢିଆ ପୁଷ୍କରିଣୀରୁ ୧୦ଟି କଳସ ଅଣଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଶିଷ କୁମାର ସାହୁ ମୁଖ୍ୟ କଳସ ଧାରଣ କରିଥିବା ବେଳେ ସମରେନ୍ଦ୍ର ସାହୁ, ସଚୀନ ସାହୁ, ଅନନ୍ତ ନାୟକ, ପ୍ରଭାସ ଦାସ, ନିରୋଜ ନାୟକଙ୍କ ସମେତ ଅନ୍ୟ ମାନେ କଳସ ଧାରଣ କରିଥିଲେ । ଗୋବିନ୍ଦପୁର ଆମ୍ବଗଢିଆରୁ ଆଗତ ଅଧିବାସ ଦଳର ଜଗନ୍ନାଥ ଦାସ ପୂଜା କାର୍ଯ୍ୟ ତୁଲାଇଥିଲେ । ଏଥିରେ ଅତାପୁଟିଆ, ଖପରାଖାଇ, ମହାନ୍ତିପଡା, ଗୋବିନ୍ଦପୁର ଆମ୍ବଗଢିଆ ଆଦି ସ୍ଥାନରୁ ଆସିଥିବା ଦଳ ମାନେ କୀର୍ତ୍ତନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରଘୁନାଥପୁର ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।


