ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ, ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କାର୍ଯ୍ୟାଳୟ ପରିସର ରେ ରବିବାର ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରାଯାଇଅଛି । ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଏହି ଯୋଜନାର ରାଜ୍ୟସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ମଧ୍ୟ କରଯାଇଛି। ଭିନ୍ନକ୍ଷମ ଓ ଅସହାୟ ଅବସ୍ଥା ରେ ଥିବା ପରିବାର ଓ ବ୍ୟକ୍ତି ଙ୍କୁ ପ୍ରାଥମିକତା ଭିତ୍ତି ରେ ଚୟନ କରି ଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ରାଇକିଆ ବ୍ଲକ୍ ରୁ 103 ଜଣ ଙ୍କୁ ଏହି ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଅଛି । କାର୍ଯ୍ୟକ୍ରମ ରେ ଏମପି ପ୍ରତିନିଧି ସନ୍ତୋଷ ଲେଙ୍କା, ବିଧାୟକ ପ୍ରତିନିଧି ତାରିଣୀ ପରିଛା, ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ବିଡ଼ିଓ ସବ୍ୟସାଚୀ ସାହୁ, ତହସିଲଦାର ବରିୟାଲ ମୁର୍ମୁ, ଭାଜପା ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ସହକାରୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ଏବିଡିଓ ଦିବ୍ୟସିଂହ କହଁର, ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ । ବ୍ଲକ୍ ପ୍ରୋଗ୍ରାମ କୋର୍ଡିନେଟର କମଲ ନାୟକ, ଓଏଲଏମ ବିପିଏମ୍ ଜୟଦେବ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ