ରଘୁନାଥପୁର ଆବାସିକ ଛାତ୍ରବାସକୁ ଜିଲ୍ଲାପାଳଙ୍କ ପରିଦର୍ଶନ ଓ ବିଭିନ୍ନ କାର୍ଯ୍ୟ ରତଦାରଖ

ଛତ୍ରପୁର, : ଛତ୍ରପୁର ବ୍ଲକ ରଘୁନାଥପୁର ସ୍ଥିତ ୟୁପିଏସ୍ ଆବାସିକ ଛାତ୍ରବାସକୁ ମଙ୍ଗଳବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରି ସେଠାରେ ଚାଲିଥିବା ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି । ଛାତ୍ରବାସାରେ ରହିଥିବା ଛାତ୍ରଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ସେମାନଙ୍କ ଖାଦ୍ୟ ପ୍ରଦାନ ଠାରୁ ଆରମ୍ଭ କରି ସମସ୍ତ ବିଷୟକୁ ପଚାରି ବୁଝିଥିଲେ । ପାନୀୟ ଜଳ ପାଇଁ ଆବଶ୍ୟକ ପଡୁଥିବା ଆକ୍ୱାଗାର୍ଡର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଥିଲେ । ସ୍ୱାସ୍ଥ୍ୟ ଟିମ୍ ନିୟମିତ ଛାତ୍ରବାସକୁ ପରିଦର୍ଶନ କରି ମାସରେ ଦୁସ୍ର ସ୍ୱାସ୍ଥ୍ ପରୀକ୍ଷା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଛି । ଛାତ୍ରବାସରେ ଅଧିକାରୁ ଅଧିକା ପିଲା ରହିବା ଦିଗରେ ସିଡବ୍ଲୁସି, ଚାଇଲଡ୍ ଲାଇନ୍ର କର୍ତ୍ତୃପକ୍ଷମାନେ ପଦକ୍ଷେପ ନେବେ । ପାଇଖାନା ଓ ଶୌଚାଳୟ ପରେ ସାବୁନ ବ୍ୟବହାର କରି ହାତକୁ ସଫାସୁତରା କରିବା ପାଇଁ ଛାତ୍ରମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଛାତ୍ରବାସର ଅତିରିକ୍ତ ଦୁଇଟି କକ୍ଷର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କୁହାଯାଇଛି । ପରେ ଜିଲ୍ଲାପାଳ ହଷ୍ଟେଲ ପରିସରରେ ବୃକ୍ଷରୋପଣ କରିଥିଲେ । ପିଲାମାନଙ୍କୁ ଗଛଟି କିପରି ବଞ୍ଚିବ ସେଥି ପ୍ରତି ଦାୟିତ୍ୱ ନେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରବେସନାରୀ ଆଇଏଏସ୍ ଅଫିସର କୀର୍ତୀ ଭାସନ ଭି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, ସିଡବ୍ଲୁସିର ଅଧ୍ୟକ୍ଷ ରଞ୍ଜିତ୍ କୁମାର ବାନାର୍ଜୀ, ସଦସ୍ୟ ହରିହର ପାଢୀ, ଚାଇଲଡ୍ ଲାଇନ୍ର ସୁଧୀର ସାବତ, ଛାତ୍ରବାସର ପ୍ରଧାନଶିକ୍ଷକ ବିଘ୍ନେଶ୍ୱର ପଣ୍ଡା, ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରୋଗ୍ରାମ ସଂଯୋଜିକା ସାବିତ୍ରୀବାଳା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ