ରଘୁନାଥ ସାହୁ ଙ୍କ କରୁଣ କାହାଣୀ

ଜଗନ୍ନାଥ ପ୍ରସାଦ, (ସନ୍ତୋଷ କୁମାର ଜେନା):ମହାମାରୀ କୋରନା ପ୍ରକୋପ ରୁ ବର୍ତ୍ତୀ ପାରିନାହାନ୍ତି ସାରା ଓଡିଶାରେ ଖ୍ୟାତି ଅର୍ଜନ କରିଥିବା କଳାକାର ମାନେ । ଏଥିମଧ୍ୟରୁ ଦୃଷ୍ଟି ଆକର୍ଷଣ କରିଥିଲା ଗଂଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ଗ୍ରାମ ର ରଘୁନାଥ ସାହୁ ଙ୍କ କରୁଣ କାହାଣୀ । ନିମ୍ବ ବୃକ୍ଷ କାଠ କୁ ଜଗନ୍ନାଥ ଙ୍କ ଆକୃତି ଦେଇ ସୁନ୍ଦର ସୁନ୍ଦର ମୁର୍ତ୍ତି ନିର୍ମାଣ କରି ସାରା ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିଲେ । ସରକାର ଙ୍କତରଫରୁ ଅନେକ ମାନ ପତ୍ର ପାଇଥିଲେ । କିନ୍ତୁ ମହାମାରୀ କରୋନା ଜିବିକା ଛଡେଇ ନେଇଛି । ରଘୁନାଥ ସାହୁ ଙ୍କ ପରିବାର ର ଭରଣ ପୋଷଣ କରିବା ମଧ୍ଯ୍ୟ କଷ୍ଟସାଧ୍ୟ ହୋଇ ପଡିଛି । ରଘୁନାଥ ସାହୁ ଙ୍କ କହିବା ଅନୁଯାୟୀ ସରକାର ମାନପତ୍ର ଦେଇ ଚୁପ ହୋଇଯାଇଛନ୍ତି । ନା ପ୍ରଶାସନ ତରଫରୁ କିଛି ସାହାଯ୍ୟ ମିଳୁଛି ନା ସହାନୁଭୂତି । ଏହିପରି ଯଦି ଆଉ କିଛି ଦିନ ଚାଲେ ବାଧ୍ଯ ହୋଇ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଛାଡି ଅନ୍ୟ ପନ୍ଥା ଧରିବୁ ।କିଛି ଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ ଙ୍କ କହିବା ଅନୁଯାୟୀ ପ୍ରଶାସନ ତରଫରୁ ଗରିବ କଳାକାର ଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରି ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିବା କଳା ଓ କଳାକାର ଙ୍କୁ ବଂଚାଇ ରଖିବା ଉଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ