ରଙ୍ଗେଇଲୁଣ୍ଡା ବ୍ଳକର ପଞ୍ଚାୟତରେ ଭିଜିଲାନ୍ସ ତଦନ୍ତ ପାଇଁ ସୁପ୍ତ, ଶାନ୍ତ ଓ ନା 

ଗଂଜାମ, (ଯୁଗାବ୍ଦ ନ୍ୟୁଜ) :-ଚାନ୍ଦପୁର ପଞ୍ଚାୟତରେ ଗତ ପାଞ୍ଚ ଆର୍ଥିକ ବର୍ଷରେ ଏମଜିଏନଆରଜିଏସ୍ ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ହେରଫେର ଓ ଅନମିୟତାର ଅଭିଯୋଗ ପୂର୍ବରୁ ବିଭିନ୍ନ ସମୟ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ହୋଇଥିଲେ ମଧ୍ୟ ତାହା ରାଜନୈତିକ ଚାପରେ ଭିଜିଲାନ୍ସ ବିଭାଗର ଶୀତଳ ଭଣ୍ଡାରରେ ଦଳିମକଚି ହୋଇ ପଡ଼ି ରହିଛି । ମାତ୍ର ଶୁଣିବାକୁ ମିଳେ ଯେ, ସେପଟେ ଖଲିକୋଟ ବ୍ଳକର ବାଣିଆ ପଞ୍ଚାୟତରେ ମାତ୍ର ୨୨ ଲକ୍ଷ ଟଙ୍କାର ଆର୍ଥିକ ହେରଫେରର ତଦନ୍ତ ପାଇଁ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ପାଞ୍ଚ ଜଣିଆ ଟିମ୍ ଉକ୍ତ ପଞ୍ଚାୟତର ନିର୍ଦ୍ଧିଷ୍ଟ ଅଭିଯୋଗର ସରଜମିନ ତଦନ୍ତ କରି ଉକ୍ତ ବେଆଇନ କାମ ଗୁଡ଼ିକରେ ସଂଶ୍ଳିଷ୍ଟ ଜେଇ, ଗ୍ରାମ ସେବକ ଓ ଜିଅଆରଏସଙ୍କୁ ଛତ୍ରପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ଅଧିକା ପଚରାଉଚରା ଜାରି ରଖିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତେଣୁ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର କାଳକ୍ଷେପଣନିତୀ, ଅସହିଷ୍ଟୁତା ମନୋଭାବ ଓ କାର୍ଯ୍ୟାନୁଷ୍ଠାନରେ ପାତରଅନ୍ତରରେ ହତୋତ୍ସାହିତ ହୋଇ, ଯେହେତୁ ଏମଜିଏନଆରଜିଏସ୍ ଅନୁଦାନ କେନ୍ଦ୍ରରୁ ଆସୁଥିବା ହେତୁ ଏହାକୁ କେନ୍ଦ୍ରିୟ ଭିଜିଲାନ୍ସ କମିଶନ ଦିଲ୍ଲୀ, ନିର୍ଦ୍ଦେଶକ କେନ୍ଦ୍ରିୟ ତଦନ୍ତ ବ୍ୟୁରୋ ଦିଲ୍ଲୀ ଓ ଆରକ୍ଷୀ ଅଧିକ୍ଷକ କେନ୍ଦ୍ରିୟ ତଦନ୍ତ ବ୍ୟୁରୋ ଭୂବନେଶ୍ଵର ଦ୍ଵାରା ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ