ରଜତ କରଙ୍କ ବିୟୋଗରେ ବିଶ୍ୱ ତାରିଣୀ କଳାକର ପରିଷଦ ପକ୍ଷରୁ ଶୋକ ପାଳନ  

ହାଟଡିହି, (ବିକାଶ ବିଶ୍ୱାଳ) :-ପଦ୍ମଶ୍ରୀ, ବାଗ୍ମୀ, ଲେଖକ ତଥା ପାଲା ସାହିତ୍ୟର ଗବେଶକ ରଜତ କୁମାର କରଙ୍କ ବିୟୋଗରେ ମା ବିଶ୍ୱତାରିଣୀ କଳାକାର ପରିଷଦ ହାଟଡିହି ପକ୍ଷରୁ ଶୋକ ପାଳନ ହୋଇଯାଇଛି । ହାଟଡିହି ସତସଙ୍ଗ କେନ୍ଦ୍ରଠାରେ ଆୟୋଜିତ ଏହି ଶୋକସଭାରେ ପରିଷଦର ସଭାପତି ଗାୟକ ଅଧିକାରୀ ନାୟକ ସଭାପତିତ୍ୱ କରିଥିଲେ । ପରିଷଦର ମୁଖ୍ୟ ଉପଦେ୍ଦଷ୍ଟା ରତ୍ନାକର ଦାସ, ବି.କେ. ଏସ.ଏସ.ର ଉପସଭାପତି ଦିବାକର ବାରିକ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାଥ ମିଶ୍ର, ସମ୍ପାଦକ ବିଦ୍ୟାଧର କବି, ସାଂସ୍କୃତିକ ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି, କୁମୁଦୁନୀ ପଣ୍ଡା, ପ୍ରଭାକର ପାଣି, ସନ୍ଦ୍ୟାରାଣୀ ପଣ୍ଡା, ଅନନ୍ତ ଚରଣ ପଣ୍ଡା, ବିଶ୍ୱର ଚନ୍ଦ୍ର ଦାଶ, କଳାକାର ତପୋଧନ ଆଇଚ, କାର୍ତ୍ତିକେଶ୍ୱର ଜେନା, ପର୍ଶୁରାମ ଦାସ, ପ୍ରମୋଦ କୁମାର ପଟ୍ଟନାୟକ, ବିପିନି ବିହାରୀ ପାତ୍ର, ପ୍ରତିମା ମହାକୁଡ, ସଦାଶିବ ବାରିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରଜତ କରଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ