ରଜତ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜଗତସିଂହପୁର, (ଅନସୂୟା ରାଉତ):ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ କୃଷ୍ଣଦାସ ପୁର ପଞ୍ଚାୟତର ବାଲୁଙ୍କେଶ୍ଵର ସରକାରୀ ବିଦ୍ୟାପୀଠ କୃଷ୍ଣଦାସପୁର ପରିସରରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରଜତ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଛାତ୍ର ସଂସଦ ସଭାପତି ପ୍ରତାପ ଚନ୍ଦ୍ର ରାଉତରାୟ, ବିଦ୍ଯାଳୟର ଭି ଇ ସି ସଭାପତି, ଶିକ୍ଷକ ବାସୁଦେବ ସ୍ବାଇଁ, ବିଜ୍ଞାନ ବିଶ୍ବାଳ,ମଳୟ ଲେଙ୍କା, ତପନ ଜେନା ପ୍ରମୁଖ ଉପସ୍ଥିତ ରହି ରଜତ ଜୟନ୍ତୀ ଉତ୍ସବକୁ ସଫଳ ମଣ୍ଡିତ କରିବା ପାଇଁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ପ୍ରକାଶ ଥାଉକି ୧୯୧୦ ମସିହାରେ ପ୍ରାଥମିକ ବିଦ୍ୟାଳୟ ଓ ୧୯୭୯ ମସିହାରେ ହାଇସ୍କୁଲ ସ୍ଥାପନ କରାଯାଇଥିଲା। ରଜତ ଜୟନ୍ତୀ ପ୍ରସ୍ତୁତି ନିମନ୍ତେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମତ ନିଆଯାଇଥିଲା। ପାଖାପାଖି ସହସ୍ରାଧିକ ପୁରାତନ ଛାତ୍ର ଛାତ୍ରୀ ଏହି ବୈଠକରେ ଯୋଗଦେଇ ଥିଲେ।