ରଜ ଉତ୍ସବ ନିମନ୍ତେ ପ୍ରସ୍ତୁତି

କୋଣାର୍କ (ଜୁଗାବ୍ଦ ନ୍ୟୁଜ୍‍): ଅର୍କଶ୍ରୀ ପକ୍ଷରୁ ମା’ ଭଗବତୀଙ୍କ ପୀଠରେ ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ୨୦ତମ ରଜ ଉତ୍ସବ ଅନୁଷ୍ଟିତ ହେବ । ଫାନି ବାତ୍ୟାରେ ଭଗବତୀ ପୀଠରେ ଅଧିକାଂଶ ଗଛ ଡାଳ ଭାଙ୍ଗି ଯାଇଛି । ଯାହା ଅଛି ସେଥିରେ ଦୋଳି ଝୁଲାଇ ରଜ ପାଇଁ ପ୍ରସ୍ତୁତି ଚଳାଇଛି ସ୍ୱେଛାସେବୀ ସଂଗଠନ ଅର୍କଶ୍ରୀ । ଏହି ଉତ୍ସବରେ ରଜଗୀତ, ଭଜନ, ପୁଚି, ତାସ, ଲୁଡୁ ମେହେନ୍ଦି, ହୁଳହୁଳି, ନଡ଼ିଆ ଲଢେଇ ଓ କାନ୍ଦଣା ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥି ସହିତ ବିଭିନ୍ନ କ୍ଷେତ୍ରରେ ବିଶେଷ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଅର୍କଶ୍ରୀ, ଅର୍କପ୍ରଭା ଓ ରଜ ସମ୍ମାନରେ ସମ୍ମାନିତ କରାଯିବ । ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବା ସହିତ ଏହାକୁ ନିରାଡମ୍ବର ଭାବେ ପାଳିବା ପାଇଁ ଅର୍କଶ୍ରୀ ସଂପାଦକ ଉମେଶ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ