ରଟନ୍ତି କାଳୀପୂଜା ଅନୁଷ୍ଠିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପଦିନାରାୟଣପୁର ଠାରେ ମା ରଟନ୍ତିକାଳୀଙ୍କ ୨୯ତମ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ ନିୟମାନୁଯାୟୀ ଚଳିତବର୍ଷ ପୂଜା ନିରାଡମ୍ବର ଭାବେ ଆୟୋଜନ ହୋଇଛି । ପୂଜା କମିଟିର ସଭାପତି ରମାକାନ୍ତ ରାଉତ, ସମ୍ପାଦକ ବିଜୟ ରାଉତ, ସାଧକ ଦୋଳଗୋବିନ୍ଦ ଖୁଣ୍ଟିଆ, ପୁରୋହିତ ପୂର୍ଣ୍ଣଚନ୍ଦ୍ର ପାଣିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଛି । ଏହି ପୂଜା ଆସନ୍ତା ୧୪ତାରିଖ ଯାଏଁ ଚାଲୁରହିବ । ପରିଚାଳନା କମିଟିର ସଭ୍ୟ ଭିକାରୀ ବିଶ୍ୱାଳ, ଧନେଶ୍ୱର ଜେନା, ପ୍ରଦୀପ ବେହୁରିଆ, ପୁରୁଷୋତ୍ତମ ଧଳ, ହିମାଂଶୁ ରାଉତ, ବାସୁଦେବ ଧଳ, ରାଧାକାନ୍ତ ବେହୁରିଆ, ବିକାଶ ଭୂୟାଁ, ଆନନ୍ଦ ଚନ୍ଦ୍ର ନାୟକ, ନିର୍ମଳ ପ୍ରଧାନ, ଚନ୍ଦନ ରାଉତ, ପ୍ରଶାନ୍ତ ଧଳ ପ୍ରମୁଖ ପୂଜାକାର୍ଯ୍ୟରେ ସହେଯୋଗ କରିଥିଲେ । ଏହି ଅବସରରେ ସ୍ଥାନୀୟ ପ୍ରାଣକୃଷ୍ଣ ପାଠାଗାର ପକ୍ଷରୁ ଜନସାଧାରଣ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ