ରଣବୀରଙ୍କ ଗାର୍ଲଫ୍ରେଣ୍ଡ୍ ଚୋରି କରିବା ଘଟଣାର ରହସ୍ୟ ଖୋଲିଲେ ଆଦିତ୍ୟ

ନୂଆଦିଲ୍ଲୀ: ବଲିଉଡ୍‌ର ଦୁଇ ଯୁବ ଅଭିନେତା ତଥା ଗୋଟିଏ କଲେଜରେ ପାଠ ପଢ଼ୁଥିବା ରଣବୀର ସିଂହ ଓ ଆଦିତ୍ୟ ରୟ କପୁରଙ୍କ ଏକ ପୁରୁଣା କଥା ଉପରୁ ପର୍ଦ୍ଦା ଉଠିଛି। ୨୦୧୭ ମସିହାରେ ରଣବୀର ନେହା ଧୂପିଆଙ୍କ ଏକ ଧାରାବାହିକ କାର୍ଯ୍ୟକ୍ରମ ନୋ ଫିଲ୍ଟର ନେହାରେ କହିଥିଲେ, ଆଦିତ୍ୟଙ୍କ ପାଇଁ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଥିଲା। ଏକଦା କଲେଜରେ ପଢ଼ିବା ସମୟରେ ଆଦିତ୍ୟ ସବୁ ଝିଅଙ୍କ ସ୍ବପ୍ନର ରାଜକୁମାର ଥିଲେ। ସେହି ସମୟରେ ରଣବୀର ଜଣେ ଝିଅ ପାଇଁ ପାଗଳ ଥିଲେ। ପାଖାପାଖି ୪ରୁ ୫ ବର୍ଷ ସେ ଝିଅକୁ ପାଇବା ପାଇଁ ତାଙ୍କ ପଛରେ ପାଗଳ ଭଳି ପଡ଼ିଥିଲେ। ତା’ପରେ ସେ ଝିଅ ବ୍ରେକଅପ୍ କରିଦେଲା। କାରଣ ସେ ଝିଅ ଆଦିତ୍ୟଙ୍କ ସହ ରହିବାକୁ ଚାହୁଁଥିଲା। ତେବେ ଏହାର ପ୍ରତ୍ୟୁତ୍ତରରେ ଆଦିତ୍ୟ କହିଛନ୍ତି ଯେ ରଣବୀରଙ୍କର ସେ ଝିଅ ସହ ବ୍ରେକଅପ୍ ହେବାର ୮ମାସ ପରେ ତାଙ୍କର ଡେଟ୍ ଆରମ୍ଭ ହୋଇଥିଲା। ରଣବୀର ଏହାକୁ ନେଇ ଡ୍ରାମାବାଜି କରୁଛନ୍ତି ବୋଲି ଆଦିତ୍ୟ କହିଛନ୍ତି। ତେବେ ବର୍ତ୍ତମାନ ନେଟ୍‌ଫ୍ଲିକ୍ସରେ ରିଲିଜ୍ ହେବାକୁ ଥିବା ଲୁଡୋ ଚଳଚ୍ଚିତ୍ରରେ ଆଦିତ୍ୟ ନଜରକୁ ଆସିବେ। ଫିଲ୍ମରେ ସାନ୍ୟା ମଲହୋତ୍ରା ତାଙ୍କ ପାର୍ଟନର ଭାବେ ସେ ଅଭିନୟ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ