୨୦ ବର୍ଷରେ ଲଭ୍ ଷ୍ଟୋରି ଫିଲ୍ମ ‘ମହବତେଁ’

ନୂଆଦିଲ୍ଲୀ: ହିନ୍ଦୀ ସିନେ ଜଗତର ଲଭ୍ ଷ୍ଟୋରି ଚଳଚ୍ଚିତ୍ରରେ ଦର୍ଶକଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ନେଇ ଫିଲ୍ମ ମହବତେଁ ଆଜି ୨୦ ବର୍ଷରେ ପଦାର୍ପଣ କରିଛି। ପରମ୍ପରା, ପ୍ରତିଷ୍ଠା, ଅନୁଶାସନ ଭଳି ସବୁ କିଛି ଉପରେ ବିଜୟ ଲାଭ କରିଥିବା ପ୍ରେମ ଉପରେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ଏହା ଦ୍ବିତୀୟ ଫିଲ୍ମ ଥିଲା। ଏହାର ଦୁଇ ବର୍ଷ ପୂର୍ବରୁ ଫିଲ୍ମ ଡିଡିଏଲ୍‌ଜେରେ ନିର୍ଦେଶନା ଦେଇ ପ୍ରଶଂସା ସାଉଁଣ୍ଟିଥିବା ଆଦିତ୍ୟଙ୍କ ଏହି ଦ୍ବିତୀୟ ଫିଲ୍ମରେ ୬ ଜଣ କଳାକାର ନୂଆ କରି ବଲିଉଡ୍‌ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଯେଉଁଥିରେ ଉଦୟ ଚୋପ୍ରା ଓ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ ବି ସାମିଲ୍ ଥିଲେ। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶାହାରୁଖ୍ ଖାନ୍ ଓ ଐଶର୍ଯ୍ୟା ରାୟ ବଚ୍ଚନ ମଧ୍ୟ ପ୍ରଥମ ଥର ପାଇଁ ପ୍ରେମୀଯୁଗଳ ଭାବେ ନଜର ଆସିଥିଲେ। ଏହା ପରେ ଉଭୟଙ୍କର ହିଟ୍ ଫିଲ୍ମ ଦେବଦାସ୍ ଆସିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ