ରଣବୀରଙ୍କ ମାଆ ହେବେ ନୀନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା କବୀର ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ୮୩ରେ ରଣବୀରଙ୍କ ମାଆ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସୁଥିବା ବେଳେ ନୀନା କପିଳଙ୍କ ମାଙ୍କ ଚରିତ୍ରରେ ପରଦାକୁ ଆସୁଛନ୍ତି । ଏହା ବ୍ୟତିତ ନୀନା ଆହୁରି ଦୁଇଟି ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି । କଙ୍ଗନା ରଣାଓ୍ବତ ଅଭିନୀତ ପଙ୍ଗା ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଥିବାବେଳେ ଆୟୁଷ୍ମାନ ଖୁରାନାଙ୍କ ସହିତ ଶୁଭ ମଙ୍ଗଲ ଜାଦା ସାବଧାନରେ ନଜର ଆସିବାକୁ ଯାଉଛନ୍ତି । ଏହି ଦୁଇ ଫିଲ୍ମ ବ୍ୟତୀତ ନିଖିଲ ଆଡଭାନୀଙ୍କ ଏକ ଅନ୍‌ଟାଇଟ୍ଲ୍‌ଡ ଆକ୍ସନ୍‌ କମେଡିରେ ନୀନା ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅର୍ଜୁନ୍‌ କପୁର ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ନଜର ଆସିବେ । ୮୩ର କାହାଣୀ ଭାରତର ପ୍ରଥମ ବିଶ୍ବକପ୍‌ ବିଜୟ ଉପରେ ରହିଛି । ଫିଲ୍ମରେ ରଣବୀରଙ୍କ ବ୍ୟତିତ ତାହିର ରାଜ ଭାସିନ୍‌, ସାକିବ୍‌ ସଲିମ୍‌, ହାର୍ଡି ସାନ୍ଧୁ ଏବଂ ଜୀଭା ପ୍ରମୁଖ ନଜର ଆସିବାକୁ ଯାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ