ବାୟୁସେନା ଅଧିକାରୀ ହେବେ ‘ଇହାନା’

ମୁମ୍ବାଇ : ମୁକ୍ତିଲାଭ ଅପେକ୍ଷାରେ ଥିବା ମଲ୍ଟିଷ୍ଟାରର୍‌ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ଇହାନାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଛି । ଅଜୟ ଦେବ୍‌ଗନ, ସଞ୍ଜୟ ଦତ୍ତ ଏବଂ ସୋନାକ୍ଷୀ ସିହ୍ନା ଷ୍ଟାରର୍‌ ଏହି ଫିଲ୍ମରେ ଇହାନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଅଭିଷେକ ଦୁଧେୟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଇହାନା ଜଣେ ବାୟୁସେନା ଅଧିକାରୀଙ୍କ ଭୂମିକାରେ ନଜର ଆସୁଛନ୍ତି । ଇହାନା ଫିଲ୍ମକୁ ବେଶ୍‌ ଆଶାବାଦୀ ଥିବା ସହ କହିଛନ୍ତି, “ଏହି ଫିଲ୍ମର କାହାଣୀ ବେଶ୍‌ ଭଲ ଏବଂ ଜଣେ ବାୟୁ ସେନା ଅଧିକାରୀଙ୍କ ଭୂମିକା ତୁଲାଇବା ମୋ ପାଇଁ ନୂଆ ଅଟେ । ଏହି ଫିଲ୍ମଟି ୧୯୭୧ ବେଳର ମହିଳାଙ୍କ ସ୍ୱାଧୀନତାକୁ ଦର୍ଶାଉଛି । ମୁଁ ଏହି ଫିଲ୍ମର ଅଂଶ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରେ ।” ଏହି ଫିଲ୍ମଟି ଅଗଷ୍ଟ ୧୪ ତାରିଖରେ ମୁକ୍ତିଲାଭ କରିବ । ଅନ୍ୟପକ୍ଷରେ ଦର୍ଶକ ଅଜୟ ଦେଗ୍‌ଗନ ଏବଂ ସଞ୍ଜୟ ଦତ୍ତଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବା ଲାଗି ଖୁବ୍‌ ଉତ୍ସୁକ ଅଛନ୍ତି । ସୂଚନା ଥାଉ ଯେ, ଅଜୟ ଏବଂ ସଞ୍ଜୟ ଏହାପୂର୍ବରୁ ଫିଲ୍ମ ‘ଏଲ୍‌ଓସି’ରେ ଅଭିନୟ କରିଥିଲେ । ଫିଲ୍ମଟି ବକ୍ସ ଅଫିସ୍‌ରେ କୌଣସି କମାଲ ଦେଖାଇ ପାରିନଥିଲେ ମଧ୍ୟ ଉଭୟଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ସୂଚନା ଥାଉ କି ପଲିଉଡ ଅର୍ଥାତ୍‌ ପଞ୍ଜାବୀ ସିନେମା ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିବା ପରେ ଅଭିନେତ୍ରୀ ଇହାନା ଢିଲ୍ଲୋ ବଲିଉଡ ମୁହାଁ ହୋଇଥିଲେ । ଇହାନାଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ହେଟ୍‌ଷ୍ଟୋରୀ-୪’ । ଏହି ଫିଲ୍ମରୁ ତାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ ଭିନ୍ନ ପରିଚୟ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ