ରତ୍ନ ବେଦୀକୁ ବାହୁଡିଲେ ମହାପ୍ରଭୁ, ଆଜିଠାରୁ ମିଳିବ ଅବଢା

ପୁରୀ (ଯୁଗାବ୍ଦ ନ୍ୟୁଜ) : ଆଶାଢ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶ ତିଥୀରେ ଗତକାଲି ନିଳାଦ୍ରୀ ବିଜେ କରିଛନ୍ତି ମହାପ୍ରଭୁ । ନବଦିନ ଘୋଷଯାତ୍ରାରୁ ବାହୁଡି ସିଂହଦ୍ୱାରରେ ଚାରିଦିନ ଧରି ରଥାରୁଢ ଥିବା ଗତକାଲି ରତ୍ନବେଦୀରେ ଅନୁଷ୍ଠିତ ହୋଇଛନ୍ତି । ସମ୍ମିଳିତ ଘଣ୍ଟବାଦ୍ୟରେ ପ୍ରକମ୍ପିତ ହୋଇଛି ବଡଦାଣ୍ଡ । ସୋମବାର ରଥରେ ସଂନ୍ଧ୍ୟାଧୂପ ପରେ ଚାରମାଳ ଫିଟାଯାଇଥିଲା । ଶ୍ରୀ ସୁଦର୍ଶନଙ୍କ ସମେତ ପ୍ରଭୁ ବଳଭଦ୍ର , ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ଗୋଟି ପହଣ୍ଡିରେ ରତ୍ନ ବେଦୀକୁ ବିଜେ କରିଥିଲେ । ସମସ୍ତ ରୀତିନୀତି ସମାପ୍ତ ହେବା ପରେ ସେବକମାନେ ମହାପ୍ରଭୁଙ୍କୁ ସ୍ନାନ କରାଇ ଭୋଗ କରାଯାଇଥିଲା । ବିଗତ ୧୩ ଦିନ ହେଲା ଆନନ୍ଦ ବଜାର ଖାଁ ଖାଁ ପଡିଥିବା ବେଳେ ଆଜିଠାରୁ ଶ୍ରୀ ମନ୍ଦିରରେ ମିଳିବ ଅବଢା । ଆଜି ରୋଷେଇ ଶାଳରେ ମହାପ୍ରଭୁଙ୍କ ପାଇଁ ଛପନ ପଉଟି ଭୋଗ ପ୍ରସ୍ତୁତ ହେବ । ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ନୀତି ପ୍ରସ୍ତୁତ ହୋଇଛି । ଅପରାହ୍ନ ସାଢେ ଚାରିଟାରେ ପାକତ୍ୟାଗ ଥିବାରୁ ମଧ୍ୟାନ ଧୂପ ପରେ ତୃତୀୟ ଭୋଗ ମଣ୍ଡପ ନୀତି ସମ୍ପନ୍ନ ପାଇଁ ନିଷ୍ପତ୍ତି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ