ଆଜି ବିଶ୍ୱ ସର୍ପ ଦିବସ
(ଯୁଗାବ୍ଦ ନ୍ୟୁଜ) ପ୍ରତିବର୍ଷ ଜୁଲାଇ ୧୬ ତାରିଖରେ “ବିଶ୍ୱ ସର୍ପ ଦିବସ ” ପାଳିତ ହୁଏ । ଜନସାଧାରଣଙ୍କ ମନରୁ ସାପ ପ୍ରତି ଥିବା ଭୟ ଓ ଭୁଲ ଧାରଣା ଦୁର କରିବା ସହ ସରିସୃପଙ୍କ ସୁରକ୍ଷା “ବିଶ୍ୱ ସର୍ପ ଦିବସ ” ପାଳନର ମୁଖ୍ୟ ଲକ୍ଷ୍ୟ ଅଟେ । ଅଦ୍ୟାବିଧ ମୋଟ ୩୪୫୮ ପ୍ରଜାତିର ସାପ ଚିହ୍ନଟ କରାଯାଇଛି । ଥ୍ରେଡ ସ୍ନେକ ବିଶ୍ୱର ସବୁଠାରୁ କ୍ଷୁଦ୍ର ସାପ ହୋଇଥିବାବେଳେ ବୃହତ୍ତ ସାପ ରେଟିକ୍ଲଲେଟେଡ ଅଟେ । ଆଣ୍ଟାର୍କଟିକା ସାପ ନଥିବା ମହାଦେଶ ହୋଇଥିବା ବେଳେ ନ୍ୟିଜିଲାଣ୍ଡର କୌଣସି ସ୍ଥଳଭାଗରେ ସାପ ଦେଖାଯାନ୍ତି ନାହିଁ । ଜଳବାୟୁ ପରିବର୍ତ୍ତନ ବିଭାଗର ସୁଚନାନୁୁସାରେ, ଝାଡଖଣ୍ଡରେ ପ୍ରାୟ ୨୫ ପ୍ରକାର ଜାତିର ସାପ ଦେଖିବାକୁ ମିଳିଥାଏ ।


