ରତ୍ନ ସିଂହାସନ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂତ୍ତୀି

ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା । ମାଦଳ ପାଞ୍ଜି ଅନୁସାରେ ଜଗନ୍ନାଥ ଙ୍କ ର ଜନ୍ମଦିନ ବୋଲି ପୁରାଣ ରେ ବର୍ଣ୍ଣିତ ଅଛି । ଏହି ପବିତ୍ର ଦିନ ଠାରୁ ରଥଯାତ୍ରା ର ଆଦ୍ୟ ପର୍ବ ଆରମ୍ଭ ହୁଏ ବୋଲି ଗବେଶକ ମାନେ କୁହନ୍ତି । କାରଣ ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୁରତି ଜଗନ୍ନାଥ, ବଳଭଦ୍ର ,ଦେବୀ ଶୁଭଦ୍ରା ,ସୁଦର୍ଶନ ରତ୍ନ ସିଂହସନ ଛାଡି ୧୦୮ ମାଠିଆ ୧୦୮ ଗରା ସୁବାଶିତ ପାଣି ରେ ଜଗନ୍ନାଥ ଙ୍କ ଆଦ୍ୟ ସେବକ ଦଇତାପତି ମାନେ ସ୍ନାନ କରାଇବା ପରେ ସ୍ନାନ ମଣ୍ଡପରେ ହାତୀ ବେଶରେ ଶ୍ରର୍ଦ୍ଧାଳୁ ମାନଙ୍କୁ ଦଶ୪ନ ଦେଇଥାନ୍ତି ।ଏହି ସମୟରେ ଶାସ୍ତ୍ର ଅନୁସାରେ ସ୍ନାନ ମଣ୍ଡପରେ ଅନେକ ନୀତି କରାଯାଏ । ପ୍ରଥମେ ପହୁଡ.ଅବକାଶ, ମଙ୍ଗଳା ଆଳତୀ ,ସୂର୍ଯ୍ୟପୂଜା , ଦ୍ୱାରପାଳ ପୂଜା ପରେ ଧାଡିି ପହଣ୍ଡି ହୋଇ ଆସିଥାନ୍ତି ସ୍ନାନ ମଣ୍ଡପକୁ । ଏହି ଦିନ ମହାପ୍ରଭୁ ଯେଉଁ ଜଳରେ ସ୍ନାନ କରାଯାଏ ସେହି ଜଳ କୁ ସୁନାକୂଅ ରୁ ଅଣାଯିବା ର ବିଧି ରହିଛି । ଏହି ଜଳ କୁ ବ୍ରାହ୍ମଣ ମାନେ ସୁଧି କରିବା ପରେ ଶ୍ରୀ ଜଗନ୍ନାଥ ଙ୍କ ଅଙ୍ଗରେ ଲାଗେ । ଏହି ସମୟରେ ଜଗନ୍ନାଥଙ୍କ ର ଦେହରେ ଲାଗିହୋଉଥିବା ଟାହ୍ୟା ରାଘବ ଦାସ ମଠ ଯୋଗାଇଥାନ୍ତି । ଆଜିଠାରୁ ଶ୍ରୀଜୀଉ ଆଉ ରତ୍ନ ସିଂହାସନ କୁ ଫେରିବେ ନାହିଁ ସ୍ନାନ ମଣ୍ଡପରେ ହାତୀ ବେଶରେ ଦର୍ଶନ ଦେବାପରେ ଅଣସର ପିଣ୍ଡି କୁ ଚାଲିଯିବେ ଜଗତ ର ନାଥ ଜଗନ୍ନାଥ । ଏହି ସମୟରେ ଦଇତାପତି ମାନେ ଜଗନ୍ନାଥ ଙ୍କ ୁ ସୁସ୍ଥ କରିବା ପାଇଁ ଲାଗିପଡିବେ । ଆଉ ସୁସ୍ଥ ହେବା ପରେ ଘୋଷଯାତ୍ରା ପାଇଁ ବାହାରିବେ ମହାପ୍ରଭୁ ଜଗନ୍ନାଥ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ