ତୁଳସୀ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିନଥିଲେ ମଧ୍ୟ ତାର ବହୁ ଆଗରେ ରାଜ୍ୟ ରେ ୩ ପ୍ରମୁଖ ରାଜନୈ÷ତିକ ଦଳ କଂଗ୍ରେସ , ବିଜେପି , ବିଜେଡି ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । କିଏ କିଭଳି ଭାବେ ଭୋଟର ମାନଙ୍କୁ ଆକୃଷ୍ଟ କରିବ ସେନେଇ ଆରମ୍ଭ ହୋଇଗଲାଣି ଆକ୍ରମଣ ଓ ପ୍ରତ୍ୟାକ୍ରମଣ । ଏହାକୁ ଆଉ ଟିକେ ଶାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଗ୍ରସ୍ତ ରେ ଯାଉଛନ୍ତି । ସେ ଏହି ଗ୍ରସ୍ତ କାଳରେ କେନ୍ଦ୍ରାପଡା ର ଆରଧ୍ୟା ଦେବତା ବଳଦେବ ଜୀଉ ଙ୍କୁ ଦର୍ଶନ କରିବେ । ଶୁଣାଯାଉଛି ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବ ରୁ ବିଜେଡି ସୁପ୍ରିମୋ ଙ୍କ କେନ୍ଦ୍ରାପଡା ଗ୍ରସ୍ତ ରାଜନୈତିକ ମାହଲ କୁ ସରଗରମ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ