ରଥପଥର ସମୀକ୍ଷା କଲେ ମେୟର
କଟକ, (ଓ୍ବାଇଏନଏସ): କଟକ ମେୟର ଶ୍ରୀ ସୁବାସ ସିଂହ କଟକ ଶାନ୍ତିକମିଟି କର୍ମକର୍ତା , ସି.ଏମ.ସି ଅଧିକାରୀ , ସ୍ଥାନୀୟ କର୍ପୋରେଟର , ବହୁ ସମାଜ ସେବୀ ଙ୍କ ଉପସ୍ଥିତି ପ୍ରଭୁ ଜଗନ୍ନାଥ ଙ୍କ ରଥ ଯିବା ରାସ୍ତା ର ସମୀକ୍ଷା କରିଥିଲେ , ରାସ୍ତାର ଉଭୟ ପାର୍ଶ୍ୱରେ ରାସ୍ତାକୁ ବାହାରୁଥିବା ଗଛ ଲତାକୁ କାଟିବା , ମୁକ୍ତ ନର୍ଦମାରେ ସ୍ଲାବ ପକାଇବା , ଫୁଟ୍ପାପାଥ ଗୁଡିକୁ ମରାମତି କରିବା , ରାସ୍ତାକଡ ବାଲି ଗୋଡି କୁ ସଫାକରିବା ସହିତ ଯୋଉଁ ସ୍ଥାନରେ ରାସ୍ତାର ମରାମତି ଦରକାର ତାହା ଯୁଧ୍ୟ କାଳୀନ ଭିତ୍ତରେ ମରାମତି କରିବା ,ରାସ୍ତାରେ ଓହଳୁଥିବା କେବୁଲ ତାରର ସ୍ତିତି ଯାଞ୍ଚ କରିବା ଓ ଠାକୁର ରହଣି ସ୍ଥାନର ସଫେଇ ଓ ସୁରକ୍ଷା ର ମଧ୍ୟ ସମୀକ୍ଷା କରିଥିଲେ। ଏହି ଅବସରରେ ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଆରତୀ ସାହୁ , କଟକ ଶାନ୍ତି କମିଟି ସମ୍ପାଦକ ଶ୍ରୀ ଭିକାରି ଚରଣ ଦାସ , ସି.ଏମ.ସି ଅଧିକାରୀ ଓ କର୍ମଚାରୀ , ଶାନ୍ତିକମିଟି କର୍ମକର୍ତା, ସ୍ଥାନୀୟ ଯୁବବର୍ଗ ଓ ବହୁ ଜଗନ୍ନାଥ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ।