ରନ୍ଧନ ତୈଳର ପୁନର୍ବ୍ୟବହାର ପାଇଁ ସଚେତନତା କାର୍ଯ୍ୟକ୍ରମ

ରନ୍ଧନ ତୈଳର କୁପ୍ରଭାବ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ସମୂହ ସଚେତନତା ଅଭିଜାନ ରୁକୋ(ରିପରପୋଜଡ ଇୟୁଜ ଅଫ କୁକିଙ୍ଗ ଅଏଲ) କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି ଯାହା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ତତ୍ୱାବଧାନରେ କାର‌୍ୟ୍ୟକାରୀ କରାଯିବ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷକୀ ୨ ଅକ୍ଟୋବର ୨୦୧୯କୁ ଅଙ୍କିତ କରି ଏହି ଅଭିଜାନର ଶୁଭାରମ୍ଭ ଆଜି ନୂଆ ଦିଲ୍ଲୀ ସମେତ ଅନ୍ୟ ୧୦୦ଟି ସହରରେ ଆରମ୍ଭ କରାଗଲା
ପ୍ରତ୍ୟେକ ସହରରେ ଏଲପିଜି ଡେଲିଭରୀ ଜାନ ଗୁଡିକୁ ଏହି ସଚେତନତା ପ୍ରସାରିତ କରିବା ପାଇଁ ନିୟୋଜିତ କରାୟାଇଛି । ଏହା ମାଧ୍ୟମରେ ଗ୍ରାହକ, ପରିବାର ଏବଂ ଫୁଡ ବିଜନେସ ଅପରେଟର ମାନଙ୍କୁ ସୁସ୍ଥ ଭାରତ ଦିଗରେ ଆଗେଇବା ପାଇଁ ସଚେତନ କରାଯିବ ।
ବ୍ୟବହୃତ ରନ୍ଧନ ତୈଳକୁ ଗରମ କରି ଏହାର ପୁନର୍ବ୍ୟବହାର ପ୍ରତ୍ୟେକଙ୍କର ଅଭ୍ୟାସ । ସାଧାରଣତଃ ବ୍ୟବହୃତ ରନ୍ଧନ ତେଲ ଉପରେ ସଫା ତେଲ ପକାଇ ଏହାକୁ ବାରମ୍ବାର ବ୍ୟବହାର କରାଯାଏ । ସାଧାରଣତଃ ବଡବଡ ଖାଦ୍ୟ ବ୍ୟାପାରୀ ସେମାନଙ୍କ ବ୍ୟବହୃତ ରନ୍ଧନ ତୈଳକୁ ଉଦ୍ୟୋଗୀ ମାନଙ୍କୁ ସାବୁନ ତିଆରି ଉଦ୍ଦେଶ୍ୟରେ ବିକ୍ରି କରିଦିଅନ୍ତି । ହେଲେ କେବେକେବେ ଏହି ତେଲ କ୍ଷୁଦ୍ର ବ୍ୟାପାରୀମାନେ ଅଳ୍ପ ଦାମରେ କିଣି ନେଇଥାନ୍ତି । ଘରେ ଏବଂ ରାସ୍ତାକଡର ଦୋକାନୀ ମାନେ ବ୍ୟବହୃତ ରନ୍ଧନ ତେଲକୁ ସ୍ୱରେଜ ଏବଂ ଡ୍ରେନରେ ଫୋପାଡି ଦିଅନ୍ତି ଯାହା ପରିବେଶକୁ ଦୂଷିତ କରେ । ତେଣୁ ଜନତାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏଫଏସଏସଆଇ ଟୋଟାଲ ପୋଲାର କମ୍ପାଉଣ୍ଡ(ଟିପିସି) ଉପରେ ପ୍ରତିବନ୍ଧ ଲଗାଇଛି । ତେଲରେ ଟୋଟାଲ ପୋଲାର କମ୍ପାଉଣ୍ଡ(ଟିପିସି)ର ମାତ୍ରା ୨୫ ପ୍ରତିଶତରୁ ଅଧିକ ହେଲେ ଏହା ଖାଦ୍ୟ ଉପଯୋଗୀ ନୁହଁ । ଖାଦ୍ୟରେ ଟିପିସିର ମାତ୍ରା ଅଧିକ ହେଲେ ଏହା ଉଚ୍ଚ ରକ୍ତଚାପ, ଧମନୀ କାଠିନ୍ୟ, ଆଲଜୈମର ଏବଂ ଯକୃତ ଜନିତ ରୋଗ ଆଦିର କାରଣ ହୋଇପାରେ । ଏକ ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁଯାୟୀ ବ୍ୟବହୃତ ରନ୍ଧନ ତୈଳରେ ଗ୍ଲୁକୋଜ, କ୍ରିଟିନାଇନ ଏବଂ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ଥିବା ସହ, ପ୍ରୋଟିନ ଏବଂ ଆଲବୁମିନର ମାତ୍ରା କମ ଥାଏ ।
ବ୍ୟବହୃତ ରନ୍ଧନ ତୈଳ ବାୟୋ ଡିଜେଲ ଉତ୍ପାଦନ ପାଇଁ ଏକ ଯୁକ୍ତିଯୁକ୍ତ କଂଚାମାଲ, ତେଣୁ ବ୍ୟବହୃତ ରନ୍ଧନ ତୈଳକୁ ବାୟୋ ଡିଜେଲ ଉତ୍ପାଦନରେ ଅନୁପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ବ୍ୟବହୃତ ରନ୍ଧନ ତୈଳକୁ ପରିବର୍ତ୍ତନ କରିବା ସ୍ୱାସ୍ଥ୍ୟ ଉପଯୋଗୀ, ସ୍ୱଚ୍ଛ ପରିବେଶ ରକ୍ଷା, ତୈଳ ଆମଦାନୀ ଉପରେ ନିର୍ଭରତା କମିବା ତଥା ଗ୍ରାମୀଣ ସ୍ତରରେ ଭିତ୍ତିଭୂମିରେ ନିବେଶ ଇତ୍ୟାଦିରେ ସହାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ