ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ପାଳନ

ବ୍ରହ୍ମପୁର , (ଯୁବାବ୍ଦ ନ୍ୟୁଜ) : ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗାନ୍ଧୀଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଶ୍ରୀ ବିଧୁଭୂଷଣ ନାୟକ ଅଧ୍ୟକ୍ଷତା କରି ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ହେବାପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷାବିଭାଗର ନିର୍ଦ୍ଦେଶକ୍ରମେ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁସାରେ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଡୁରା ଗ୍ରାମ ପର୍ଯ୍ୟନ୍ତ ଏକ ସଚେତନତା ରାଲି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର,ଡ.ସୁଦର୍ଶନ ସାହୁ,ଡ.ଇଶ୍ୱରୀ ପ୍ରସାଦ ସାହୁ,ଡ.ଗଗନ ବିହାରୀ ପୁରୋହିତ,ଶ୍ରୀମତି ସୁଷମା ସାହୁ,ଡ.ଶର୍ମିଳା ପଣ୍ଡା,ପ୍ରଭୃତି ଉପସ୍ଥିତ ଥିଲେ । ଅଧ୍ୟାପକ ଡ.ହରିହର ମୁନି ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ପ୍ରଶାନ୍ତ କୁମାର ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ