ରବିବାର ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) : ରାଜ୍ୟ ସରକାରଙ୍କ ଉଦଘାଟନ କରାଯିବାକୁ ସ୍ଥିର କରାଯାଇଥିବା ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ସଫଳ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଏହି ନୂତନ କାର୍ଯ୍ୟକ୍ରମ ରବିବାରଦିନ ମାର୍ଚ୍ଚ ୨୧ ତାରିଖରେ ଅପରାହ୍ନ ୪ ଘଣ୍ଟିକା ସମୟରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ଉଦଘାଟନ କରିବାକୁ ସ୍ଥିର ହୋଇଥିବାରୁ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଯେପରି ସମସ୍ତ ପୁରାତନ ବିଦ୍ୟାର୍ଥୀ ଯୋଗଦାନ କରି ଏହାକୁ ସଫଳ କରାଇବେ ସେ ନେଇ ଅଧ୍ୟକ୍ଷ ଆହ୍ୱାନ କରିଥିଲେ । ବୈଠକରେ ଅତିଥି ରୂପେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏନ୍.ଧନଞ୍ଜୟ ରେଡି , ଛତ୍ରପୁର ଏନ୍ଏସି ର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା , ପୁରାତନ ଛାତ୍ର ସଂଙ୍ଘର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ , ଛତ୍ରପୁରର ଶିକ୍ଷାବିତ ଚିହ୍ନୟ କୁମାର ଦାଶ ପ୍ରମୁଖ ମଞ୍ଚାସୀନ ରହି ସରକାର ଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହିତ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପୁରାତନ ଛାତ୍ର ସଂଙ୍ଘ ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଥିବା ବେଳେ ସରକାର ଙ୍କ ମୋ କଲେଜ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ମହାବିଦ୍ୟାଳୟର ସମସ୍ତ ପୁରାତନ ବିଦ୍ୟାର୍ଥୀ ଙ୍କୁ ଏକତ୍ରିତ କରିବାକୁ ଏକ ପ୍ରମୁଖ ମାଧ୍ୟମ ପାଲଟିବା ସହିତ କଲେଜ କର୍ତ୍ତୁପକ୍ଷ ଯେତେବେଳେ କୌଣସି ସହଯୋଗ ପାଇଁ ଆହ୍ୱାନ କରିବେ ସେଥିରେ ସମସ୍ତ ଆଗକୁ ଆସିବାକୁ ପ୍ରସ୍ତୁତ ରହିଥିବା ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ପଣ୍ଡା , ପୂର୍ବତନ ଉପସଭାପତି ସନ୍ତୋଷ କୁମାର ମିଶ୍ର ଓ ହିମାଶୁଂ ଶେଖର ଯାଦବ , ଇଜୁ ଅମିନ୍ ଖାନ୍ ,ଦିବାକର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ମୋ କଲେଜ ଅଭିଯାନର ସଂଯୋଜିକା ଅଧ୍ୟାପିକ ଡା.ପିଙ୍କି ରାଣୀ ଦେଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କିପରକି କୋଭିଡ କଟକଣା ମଧ୍ୟରେ ଏହାକୁ ପାଳନ କରାଯିବ ତାହାକୁ ନେଇ ସରକାରଙ୍କ ନିର୍ଦ୍ଧେଶ ଉପରେ ସୂଚନା ଦେଇଥିବା ବେଳେ ଶେଷରେ ପୁରାତନ ଛାତ୍ର ସଂଙ୍ଘର ସମ୍ପାଦକ ସମୀର କୁମାର ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।