ରବିବାର ସୁଦ୍ଧା ଜିଲ୍ଲାକୁ ମୋଟ ୨୬ହଜାର ୨୬୮ ପ୍ରବାସୀ ଆସିଲେ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ସୁପରିଚାଳନା ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱାରୋପ କରିଛନ୍ତି । ରବିବାର ସୁଦ୍ଧା ୨୬ହଜାର ୨୬୮ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ରବିବାର ଆସିଥିବା ୮୫୦ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୦ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୧୦୯, ମହାକାଳପଡା ବ୍ଲକର ୩୮୩, କେନ୍ଦ୍ରାପଡା ପୈାରାଚଂଳ ୦, ମାର୍ଶାଘାଇ ବ୍ଲକର ୧୧୨, ରାଜନଗର ବ୍ଲକର ୪୭, ରାଜକନିକା ବ୍ଲକର ୫୭, ଆଳି ବ୍ଲକର୨୮୦, ଡେରାବିଶି ବ୍ଲକର ୧୫୪ ଓ ଗରଦପୁର ବ୍ଲକର ୪ ଜଣ ଅଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅନ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବା ଏବଂ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡିକ ଦିନରାତି ଖୋଲାରହିବ । ମାର୍କେଟ କମ୍ପେ୍ଲକ୍ସ ଓ ସପିଂ ମଲ ବାହାରେ ଥିବା ସେଲୁନ ଓ ପାର୍ଲର ଗୁଡିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ମଦ ଦୋକାନ ଗୁଡିକ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲ୍ଲାପାଳ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ