ରମଜାନ୍ ପାଇଁ ଆସିକା ଜାମିଆ ମସ୍‌ଜିଦ୍ ଚଳଚଞ୍ଚଳ

ଆସିକା, (ୱାଇଏନ୍‍ଏସ୍‍):ମୁସଲମାନ ସଂପ୍ରଦାୟର ମହାନ୍‍ ପର୍ବ ରମଜାନ୍‍ ମାସ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ମୁସଲମାନ ସମ୍ପ୍ରଦାୟର ଗଣପର୍ବ ରମଜାନ୍ ପାଇଁ ଆସିକା ଏନଏସି ପରିସରଭୁକ୍ତ ଅଞ୍ଚଳରେ ଥିବା ଜାମିଆ ମସ୍‌ଜିଦ୍ ଚଳଚଞ୍ଚଳ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି । ଆସିକା ଜାମିଆ ମସ୍‌ଜିଦ୍‌ରେ ରମ୍‌ଜାନ୍ ଅବସରରେ ମୁସଲମାନ୍ ସମ୍ପ୍ରଦାୟର ଭାଇଭାଉଣୀ ମାନେ ନିଷ୍ଟାର ସହ ରହି ସାମୁହିକ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ଏହି ରମ୍‌ଜାନ୍ ପର୍ବର ମହତ୍ୱ ଅନୁସାରେ ଆସିକା ଜାମିଆ ମସ୍‌ଜିଦ୍‌ରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେଉଥିବା ଦେଖିବାକୁ ମିଳୁଛି । ମୁସଲ୍‌ମାନ୍ ସମ୍ପ୍ରଦାୟର ଭାଇଭଉଣୀ ମାନେ ଦିନକୁ ୫ଥର ନମାଜ୍ ପାଠ ପଢୁଥିବା ଜଣାପଡିଛି । ମୁସଲମାନ୍ ସମ୍ପ୍ରଦାୟର କିଛି ଶ୍ରଦ୍ଧାଳୁ ଭକ୍ତ ମସ୍‌ଜିଦ୍‌କୁ ଯାଇ ସାମୁହିକ ଭାବେ ପ୍ରାର୍ଥନା କରୁଥିବା ବେଳେ ଆଉ କିଛି ନିଜ ଘରେ ରହି ମଧ୍ୟ ନମାଜ ପାଠ ପଢୁଥିବା ଦେଖିବାକୁ ମିଳୁଛି । ଏହି ରମ୍‌ଜାମ୍ ମାସ ଆସନ୍ତା ୩୧ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି । ପବିତ୍ର ରମ୍‌ଜାମ୍ ରୋଜା ମାସ ଆଜି ଠାରୁ ଆରମ୍ଭ ହୋଇ ସାରିଥିଲା ବେଳେ ଏହା ମୁସଲମାନ ସମ୍ପ୍ରଦାୟର ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ ଆସିକା ଜାମିଆ ମସ୍‌ଜିଦ୍ ଚଳଚଞ୍ଚଳ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି । ମୁସଲମାନ୍‍ ଧର୍ମାବଲମ୍ବୀଙ୍କ ପବିତ୍ର ରମଜାନ୍ (ଉପାସ) ମାସ ଆଜି ଠାରୁ ଆରମ୍ଭ ହୋଇଯାଇଥିବା ବେଳେ ଏହି ମାସରେ ୩୦ ଦିନ ଯାକ ମୁସଲମାନ୍ ଭାଇଭଉଣୀମାନେ କାଷ୍ଟା ଉପବାସରେ ରହିଥାନ୍ତି । ପ୍ରତିବର୍ଷ ରମଜାନ୍‍ ଭଳି ପବିତ୍ର ମାସକୁ ମୁସଲମାନ ଭାଇଭଉଣୀମାନେ ନିଷ୍ଠାର ସହ ପାଳନ କରିବାକୁ ଅପେକ୍ଷା କରି ବସିଥାନ୍ତି । ସୂର୍ଯ୍ୟୋଦୟ ପୂର୍ବରୁ ସେଅରି ତଥା ଖାଦ୍ୟ ଖାଇ ଦିନତମାମ ନିଷ୍ଠାର ସହ ଉପବାସରେ ରହିବା ପରେ ସୂର୍ଯ୍ୟାସ୍ତ ପରେ ଇଫ୍‌ତାରୀ ତଥା ଖାଦ୍ୟ ଖାଇ ପୁଣି ଉପବାସ ଭାଙ୍ଗିଥାନ୍ତି । ଏହି ଅନୁସାରେ ପୁରା ୩୦ ଦିନ ରୋଜା ରଖିବା ସାଙ୍ଗକୁ ସ୍ୱତନ୍ତ୍ର ନମାଜ୍ ପାଠ ହୋଇଥାଏ ଓ ଏହି ମାସ ପୂଣ୍ୟ ଅର୍ଜନ କରିବାର ମାସ ବୋଲି ମୁସଲମାନ ସଂପ୍ରଦାୟ ମଧ୍ୟରେ ବିଶ୍ୱାସ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ