ରହସ୍ୟମୟୀ ଦ୍ୱୀପ : ଥରେ ଗଲେ ଆଉ ଫେରନ୍ତିନି ଲୋକେ
ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟମୟ । ନା ସେ ସ୍ଥାନ ସମ୍ପର୍କରେ ପ୍ରକୃତ ତଥ୍ୟ କେହି ଜାଣିପାରନ୍ତି ନା କିଛି ଦେଖିପାରନ୍ତି । ଏମିତି ଏକ ଦ୍ୱୀପ ରହିଛି ସ୍କଟ୍ଲାଣ୍ଡରେ । ଏହାର ନାଁ “ଆଇନହାଲୋ । ଦ୍ୱୀପଟି ଦେଖିବାକୁ ବିଲ୍କୁଲ ହୃଦୟ ସଦୃଶ । ଏହି ସ୍ଥାନଟି ଖୁବ୍ ଛୋଟ । ଯାହା ମାନଚିତ୍ରରେ ପାଇବା କଷ୍ଟକର । ଏହି ଦ୍ୱୀପ ସମ୍ପର୍କରେ କିଛି ରହସ୍ୟମୟ କାହାଣୀ ରହିଛି । ପୌରାଣିକ କଥା ଅନୁସାରେ, ଏହି ଦ୍ୱୀପ ଭୂତ-ପ୍ରେତଙ୍କର । ତେଣୁ ଏଠାରେ ପ୍ରେତାତ୍ମା ବାସ କରନ୍ତି । କୌଣସି ବ୍ୟକ୍ତି ଏହି ଦ୍ୱୀପକୁ ଗଲେ ଆଉ ଫେରନ୍ତି ନାହିଁ । ଏହା ମଧ୍ୟ କୁହାଯାଏ, ଏହି ଦ୍ୱୀପରେ ଜଳପରୀ ବାସ କରନ୍ତି । ଗରମ ଦିନରେ ଏମାନେ ବାହାରକୁ ଆସିଥାନ୍ତି । ସ୍କଟ୍ଲାଣ୍ଡର ହାଇଲ୍ୟାଣ୍ଡ୍ସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେନ୍ ଲି କୁହନ୍ତି, ଏଠାରେ ହଜାର ବର୍ଷ ପୂର୍ବେ ଲୋକେ ବାସ କରୁଥିଲେ । କିନ୍ତୁ ୧୮୫୧ ମସିହାରେ ଏଠାରେ ପ୍ଲେଗ୍ ରୋଗ ବ୍ୟାପିବାରୁ ଲୋକମାନେ ଏହି ଦ୍ୱୀପ ଛାଡ଼ି ଅନ୍ୟତ୍ର ଚାଲିଗଲେ । ତଥାପି ଏହି ଦ୍ୱୀପ ସମ୍ପର୍କରେ ସଠିକ୍ ତଥ୍ୟ କାହା ପାଖରେ ନାହିଁୟ ଆଜି ବି ଏହି ଦ୍ୱୀପ ରହସ୍ୟମୟୀ ।


