ରାଇକିଆରୁ ଜଣେ କରୋନା ଯୋଦ୍ଧା ସମେତ ଚାରି ପୋଜିଟିଭ ଚିହ୍ନଟ
ରାଇକିଆ, (ୱାଇଏନ୍ଏସ୍): କନ୍ଧମାଳ ଜିଲ୍ଲା ରୁ ଶୁକ୍ରବାର ସାତ ଜଣ ପୋଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟ ରୁ ଚାରି ଜଣ ରାଇକିଆ ବ୍ଲକ ରୁ ଚିହ୍ନଟ ହୋଇଛନ୍ତି । ତିନି ଜଣ ପୂର୍ବ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ରାଇକିଆ ଥାନା ର କରନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ଗତ ଏକ ସପ୍ତାହ ହେଲା ରାଇକିଆ ସହର ସମେତ ୧୩ ଗୋଟି ଗ୍ରାମ ଉପରେ କନ୍ଟେନମେନ୍ଟ ଜୋନ କଟକଣା ବଳବତ୍ତର ରହିଛି । ରାଇକିଆ ଥାନା କୁ ଅଗ୍ନିଶମ ବିଭାଗ ତରଫରୁ ସାନିଟାଇଜ କରାଯାଇଛି । ଆକ୍ରାନ୍ତ ଙ୍କ ଚିହ୍ନଟ ପରେ କନଟାକ୍ଟ୍ ଟ୍ରେସିଂ ଆରମ୍ଭ ହୋଇଛି ।