ରାଇକିଆ ବ୍ଲକକୁ ଏନ୍ଏସି ଘୋଷଣା ଦାବି ନିମନ୍ତେ ବୈଠକ
ରାଇକିଆ ,(ଓ୍ବାଇଏନ୍ଏସ୍):କନ୍ଧମାଳ ଜିଲାର ଦୃତ ଅଭିବୃଦ୍ଧି ସହର ମଧ୍ୟରେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ଅନ୍ୟତମ । ରାଇକିଆର ଜନସଂଖ୍ୟା ବୃଦ୍ଧି ଓ ବିଭିନ୍ନ ଆବଶ୍ୟକତା କୁ ଦୃଷ୍ଟିରେ ରଖି ରାଇକିଆ ସହରକୁ ଏନ୍ଏସିରେ ଘୋଷଣା ଦାବି ଜୋର ଧରିଛି । ରବିବାର ରାଇକିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସତ୍ୟବାନ ପାତ୍ର ଅଧ୍ୟକ୍ଷତା କରିଥିଲେ । ଏନ୍ଏସି ଗଠନ ଦାବିକୁ ତ୍ୱରିତ କରିବା ପାଇଁ ଓ ଏ ଦିଗରେ ସର୍ବଶେଷ ପଦକ୍ଷେପ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । କମିଟିର ଉପସଭାପତି ଭାବେ ସଭାପତି ଭାବେ ପ୍ରିତମ ପ୍ରଧାନ, ଦୁର୍ଯ୍ୟୋଧନ ଲେଙ୍କା, ଜୟାନନ୍ଦ ନାୟକ ପ୍ରମୁଖ ମନୋନିତ ହୋଇଥିବା ବେଳେ ସାଧାରଣ ସଂପାଦକ ଭାବେ ମସେସ୍ ଦିଗାଲ, ଯୁଗ୍ମ ସଂପାଦକ ଭାବେ ସନ୍ତୋଷ ଲେଙ୍କା, କୋଷାଧ୍ୟକ୍ଷ ଭାବେ ବିଜୟ ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ୧୦ଜଣ ପରାମର୍ଶ ଦାତା କମିଟିରେ ସ୍ଥାନ ଦିଆଯାଇଛି। ଏଥିପାଇଁ ଅଞ୍ଚଳବାସୀ ସହଯୋଗ ପାଇଁ ମଧ୍ୟ କମିଟି ଅନୁରୋଧ କରିଛି ।


