ରାଇକିଆ ରେ ମିଶନ ଶକ୍ତି କାଫେ ଉଦଘାଟିତ
ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅଫିସ୍ ପରିସର ରେ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ ଯୋଗ ଦେଇ ଉଦଘାଟନ କରିଥିଲେ । ମିଶନ ଶକ୍ତି ମହିଳା ସଦସ୍ୟ ଙ୍କ ଦ୍ଵାରା ଏହା ପରିଚାଳିତ ହେବ । ମହିଳା ଙ୍କୁ ସ୍ବାବଲମ୍ବୀ କରିବାରେ ଏହା ଏକ ଯୁଗାନ୍ତକରୀ ପଦକ୍ଷେପ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଈଶ୍ୱର ପାଟିଲ, ରାଇକିଆ ବିଡ଼ିଓ ଶରତ ନାୟକ, ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପାରମ୍ପରିକ ଲୋକ ନୃତ୍ୟ ସହ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।


