ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ

ରାଇରଙ୍ଗପୁର,(ଯୁଗାବ୍ଦ ନୁୂ୍ୟଜ୍‌):ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପୁରୁଷୋତ୍ତମ ପାରମାରଙ୍କ ଦ୍ଵାରା ଯୁଗ୍ମ ଜନଶୁଣାଣୀ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଜନଶୁଣାଣୀରେ ବାମନଘାଟୀ ଉପଖଣ୍ଡରେ ଥିବା ୭ଟି ବ୍ଲକ ରାଇରଙ୍ଗପୁର,ବିଶୋଇ,ବିଜାତଳା, କୁସୁମି,ଜାମଦା,ବହଳଦା,ତିରିଂ ଏବଂ ରାଇରଙ୍ଗପୁର ପୈାରାଞ୍ଚଳ ରୁ ୭୪ ଜଣ ଅଭିଯୋଗ ପଂଜିକୃତ କରିଥିଲେ । ସେଥିମଧ୍ୟରୁ ୫୯ ଟି ବ୍ୟକ୍ତିଗତ ଏବଂ ୧୪ଟି ଗୋଷ୍ଠୀଗତ ସମସ୍ୟା ଥିଲା । ସେଥିମଧ୍ୟରୁ ୪ଟି ସହସମସ୍ୟାର ତରକାରୀ ସମାଧାନ କରାଯାଇଥିଲା । ସ୍ବାସ୍ଥ୍ୟ ସମସ୍ୟା ନେଇ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ ବିଭାଗରେ ଆସିଥିବା ଅଭିଯୋଗକୁ ତଦନ୍ତ କରି ସମାଧାନ କରିବା ପାଇଁ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଥିଲେ ।କାର‌୍ୟ୍ୟକ୍ରମରେ ୭ଟି ବ୍ଲକର ବିଡିଓ, ତହସିଲଦାର, ଏବଂ ବିଭିନ୍ନ ସରକାରୀ ଦପ୍ତର ର ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ । ଏହି କାର‌୍ୟ୍ୟକ୍ରମରେ ଜିଲ୍ଲା ପ୍ରଶାସନକୁ ବାମନଘାଟି ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଇରଙ୍ଗପୁର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରଶାସକ ଅନନ୍ତ ନାରାୟଣ ସିଂ ଲାଗୁରୀ , ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଛତୀଶ ଚନ୍ଦ୍ର ମହାନ୍ତ ପ୍ରମୁଖ କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ