ରାଇରଙ୍ଗପୁରରେ କେରଳ ପବ୍ଲିକ ସ୍କୁଲର ୨୫ ତମ ବାର୍ଷିକୋତ୍ସବ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଅଗ୍ରଣୀ ଇଂରାଜୀ ମିଡିୟମ (ଆଇସିଏସ ଆଇ) ଶିକ୍ଷାନୁଷ୍ଠାନ ‘କେରଳ ପବ୍ଲିକ ସ୍କୁଲ ‘ର ୨୫ ତମ ବାର୍ଷିକୋତ୍ସବ ମଙ୍ଗଳବାର ବାର ଦିନ ଅପରାହ୍ନରେ ବିଦ୍ୟାଳୟ ପରିସରରେ ଧୂମଧାମରେ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସମ୍ମାନିତ ଅତିଥି ସାରସକଣା ବିଧାୟକ ଡାକ୍ତର ଵୁଢାନ ମୁର୍ମୁ, ମୁଖ୍ୟ ବକ୍ତା ରାଇରଙ୍ଗପୁର ତହସିଲଦାର ଚିତ୍ତରଞ୍ଜନ ମହାନ୍ତ, ଅନୁଷ୍ଠାନର ଡାଇରେକ୍ଟର ଶ୍ରୀକାନ୍ତ ନାୟାର, ଅନୁଷ୍ଠାନ ପରିଚାଳନା କମିଟିର ଅରବିନ୍ଦ ବାଗାଡିଆ,ମହେଶ ଶର୍ମା,ବିଦ୍ଯାଳୟର ପ୍ରାକ୍ତନ ଅଧ୍ୟକ୍ଷା ସିନ୍ଧୁ ବିଜୟା,ଅଧ୍ୟକ୍ଷା ଗୀତାଞ୍ଜଳି ତ୍ରିପାଠୀ ପ୍ରମୁଖ ଯୋଗଦେଇ ଏହି ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ୧୯୯୫ ମସିହାରେ ୧୦/୧୨ ଟି ଛୁଆକୁ ନେଇ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ ୧୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଥମରୁ ୧୦ ମ ଶ୍ରେଣୀ ପଢୁଛନ୍ତି ।ଏହି ବିଦ୍ୟାଳୟରେ ଦିର୍ଘ ୨୭ ବର୍ଷ ଇତିହାସରେ ବହୁ ଛାତ୍ର ଛାତ୍ରୀ ଉତ୍ତିର୍ଣ ହୋଇ ସମାଜର ବିକାଶରେ ବିଭିନ୍ନ ଦାୟିତ୍ଵରେ ରହି ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି । ମୁଖ୍ୟ ଅତିଥି ବିଧାୟକ ନବ ଚରଣ ମାଝୀ କହିଥିଲେ କେରଳ ପବ୍ଲିକ ସ୍କୁଲ ଏକ ମଣିଷ ତିଆରି କାରଖାନା । ବିଦ୍ୟାର୍ଥୀ ମାନେ ଗୁରୁଭକ୍ତି, ଶୃଙ୍ଖଳା, ଏବଂ ନିର୍ଦିଷ୍ଟ ଲକ୍ଷ୍ୟ ନେଇ ପରିଶ୍ରମ କଲେ ନିଶ୍ଚିତ ସୁଫଳ ପାଇଁ ପାରିବେ । ସମ୍ମାନିତ ଅତିଥି ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ କହିଥିଲେ କଠିନ ପରିଶ୍ରମ,ଅଧ୍ୟବସାୟ ଓ ଶୃଙ୍ଖଳା ସହ ପ୍ରତିଯୋଗିତା ମୂଳକ ମନୋଭାବ ରଖିଲେ ସଫଳ ପାଇବ । ସେହିଭଳି ମୁଖ୍ୟ ବକ୍ତା ତହସିଲଦାର ଚିତ୍ତରଞ୍ଜନ ମହାନ୍ତ କହିଥିଲେ ଗୁରୁଭକ୍ତି,ମାତୃପିତୃ ଭକ୍ତି, ଧୈର୍ଯ୍ୟ,ନିଷ୍ଠା,କଠିନ ଅଧ୍ୟବସାୟ, ସକରାତ୍ମକ ଚିନ୍ତା,ଆଧ୍ଯାତ୍ମଵାଦୀ ହେଲେ ନିଶ୍ଚିତ ଲକ୍ଷ୍ୟ ସ୍ଥାନରେ ପହଞିପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।ସମସ୍ତ ଅତିଥିଗଣ ବିଦ୍ୟାଳୟର ଉତ୍ତରୋତ୍ତର କାମନା କରିଥିଲେ ।ବିଦ୍ୟାଳୟର ଡାଇରେକ୍ଟର ଶ୍ରୀକାନ୍ତ ନାୟାର କହିଥିଲେ ବିଦ୍ୟାଳୟର ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ ମାନଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଯୋଗୁଁ ଵିଦ୍ଯାଳୟ ଆଜି ସଫଳତା ଶିଢିରେ ଆଗକୁ ବଢି ଚାଲିଛି ।ବିଦ୍ୟାଳୟ ଅଧ୍ୟକ୍ଷା ଗୀତାଞ୍ଜଳି ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ବାର୍ଷିକୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଉଚ୍ଚକୋଟୀର ସାଂସ୍କୃତିକ ‌କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା ।କେରଳ ପଵ୍ଳିକ ବିଦ୍ୟାଳୟର ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କ ସହାୟତାରେ କାର୍ଯ୍ଯକ୍ରମଟି ସାଫଲ୍ଯମଣ୍ଡିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ