ଆଦିମ ସାଉଁତା ସେମେଲେଦ ସ୍ବେଛାସେବୀ ସଂଗଠନ ଆନୁକୁଲ୍ୟରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସନ୍ନିକଟ ହଳଦା ଗ୍ ଗ୍ରାମପଞ୍ଚାୟତ ହଳଦା ଗ୍ରାମ ଖଡଖାଈ ନଦୀକୂଳ ଆମବାଗନାରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଦିମ ସାଉଁଳା ସେମେଲେଦ’ ଆନୁକୁଲ୍ୟରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ହର୍ଷ ଉଲ୍ଲାସର ସହ ପାଳିତ ହୋଇ ଯାଇଛି।ଗ୍ରାମର ସମସ୍ତ ମହିଳା ପୁରୁଷ ପାରମ୍ପାରିକ ପରିଧାନରେ ଆମବାଗାନରେ ଏକତ୍ରିତ ହୋଇଥିଲେ । ଆଦିବାସୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।ପରେ ଏକ ସାମୁହିକ ଭୋଜନ ସଂଗଠନ ତରଫରୁ ଆୟୋଜିତ ହୋଇଥିଲା । ପରେ ଅନୁଷ୍ଠିତ ସାଧାରଣ ସଭାରେ ଅତିଥି ମାନେ ଉପସ୍ଥିତ ସାଧାରଣଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସାନ୍ତାଳ ତଥା ଅନ୍ୟ ସମସ୍ତ ଆଦିବାସୀ ସମାଜ କୁ ସୁସ୍ଥ ସବଳ ଭାବେ ବଞ୍ଚିବାର ଆବଶ୍ୟକତା ରହିଛି, ତେଣୁ ଆଦିବାସୀ ମାନଙ୍କ ନିଜ ପରମ୍ପରା, ପରିଧାନ, ଭାଷା, ରିତିନିତୀ ଅନୁସରଣ କରିବା ଆବଶ୍ୟକତା ରହିଛି ବୋଲି କହିଥିଲେ। ପରେ ପାରମ୍ପାରିକ ବାଦ୍ୟରେ ସମସ୍ତେ ନୃତ୍ୟ କରି ନୂତନ ବର୍ଷ’ ମାଘ ମୁଲୁଃ ହର୍ଷ ଉଲ୍ଲାସର ସହିତ ପାଳନ କରିଥିଲେ। ମାଘ ମାସର ପ୍ରଥମ ଚନ୍ଦ୍ର ଦର୍ଶନ ତିଥିରେ ସାନ୍ତାଳୀ ନବବର୍ଷ “ମାଘ ମୁଲୁଃ’ ପାଳନ କରାଯାଇଥାଏ।ବହୁ ଦୂରଦୂରାନ୍ତରୁ ସାନ୍ତାଳୀ ଭାଇ ଭଉଣୀମାନେ ଛୁଟି ଆସି ଏହି ନବ ବର୍ଷ ମିଳନରେ ସାମିଲ ହୋଇଥିଲେ ।ଭାଷା, ସଂସ୍କୃତି ଏବଂ ପରସ୍ପର ମଧ୍ୟରେ ସୁସଂପର୍କ କୁ ଯୋଡିବା ପାଇଁ ଏକାଠି ହେବା ସହ ନିଜମନର ସୁଖଦୁଃଖ ଵଣ୍ଟାବଣ୍ଟି ହୋଇ ନୂତନ ବର୍ଷ ସମସ୍ତଙ୍କ ସୁଖ, ଶାନ୍ତି,ଆଣିଦେଉ ବୋଲି ଆରାଧ୍ୟ ଦେବତା ମାରାଂଵୁରୁ ପାଖରେ ପ୍ରାର୍ଥନା କରିଥିଲେ ।ନାଚ ଗୀତରେ ସମଗ୍ର ପଡିଆରେ ଧୂଳି ଉଡାଇ‌ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଆଦିମ ସାଉଁତା ସେମେଲେଦର ଉପଦେଷ୍ଟା ସାବୁଆ ମାଝୀ, ଭୁଗୁଲୁ ମାରାଣ୍ଡି,ସଭାପତି ଲଛୁ ହାଁସଦା,ମିଥିଲା ଟୁଡୁ, ଦମୟନ୍ତୀ,ସାକରା,,ରମେଶ ହାଁସଦା,କାଶିନାଥ ସୋରେନ ଙ୍କ ସମେତ ବହୁ ସାନ୍ତାଳୀ ବୁଦ୍ଧିଜିବୀ,କବି,ଲେଖକ, ସାମାଜିକ କର୍ମୀ, ସ୍ବେଛାସେବୀ,ସଂସ୍କାର ପ୍ରେମୀଙ୍କ ସହିତ ଯୁବଗୋଷ୍ଠୀ ସାମିଲ ହୋଇ ଧୂମଧାମରେ ନବ ବର୍ଷକୁ ନାଚ,ଗୀତରେ ଆନନ୍ଦ ଉଲ୍ଲାସର ସହ ପାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ