ରାଇରଙ୍ଗପୁରରେ ଗୁରୁଦ୍ୱାର ଭୂମି ପୂଜନ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଈଚିଣ୍ଡା ଗ୍ରାମରେ ବହୁ ଶିଖ୍ ଧର୍ମାବଲମ୍ବୀ ଲୋକେ ବସବାସ କରିଆସୁଛନ୍ତି । ସେମାନଙ୍କର ପୂଜାସ୍ଥାନ ଗୁରୁଦ୍ବାର ପାଇଁ ବହୁ ବର୍ଷ ହେଲା ସ୍ଥାୟୀ ଜାଗାଖଣ୍ଡେ ପାଇଁ ଅନୁରୋଧ କରଇ ଆସିଥିଲେ । ବହୁ ପ୍ରତିକ୍ଷିତର ଅନ୍ତ ହୋଇଛି । ଶନିବାର ଦିନ ସମସ୍ତ ଶିଖଧର୍ମାବଲମ୍ବୀ ରାଇରଙ୍ଗପୁର ଗୁରୁଦ୍ବାର ସିଂ ଭା କମିଟି ତରଫରୁ ଆବାଳ ପୁରୁଷ,ମହିଳା ଛୁଆପିଲା ଆସି ଉପସ୍ଥିତ ହୋଇ ଈଚିଣ୍ଡା ଗ୍ରାମରେ ନୂତନ ଗୁରୁଦ୍ବାର ଭିତ୍ତି ପ୍ରସ୍ତର ପାଇଁ ଶଖ୍ ଧର୍ମର ନୀତି ନିୟମ ଅନୁସାରେ ପୂଜାର୍ଚନା କରିଥିଲେ ।ପରେ ସମସ୍ତେ ଧାର୍ମିକ ଗ୍ରନ୍ଥ ପାଠ କରିଥିଲେ ।ଏହି କାର୍ଯ୍ଯକ୍ରମକୁ ଅନୁଷ୍ଠାନର ସଭାପତି ରତନ ସିଂଙ୍କ ପ୍ରତ୍ଯକ୍ଷ ତତ୍ବାବଧନରେ ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର ଧାର୍ମିକ କାମରେ ଅମରଜିତ ସିଂ,ନରେନ୍ଦ୍ର ,ମନଜିତ,ସୂରେନ୍ଦ୍ର,ବନି,ରବୀନ୍ଦ୍ର,ହନି,ମନି ସିଂ,ସୁଖବିନ୍ଦର ସିଂ ନାଗି,ସୁରେନ୍ଦ୍ର ସିଂ ନାଗି,ଦଲଜିତ କୌର,ଜସବିର କୌର,ପରମଜିତ କୌର,ତେଜିନ୍ଦର କୌର,ମନିନ୍ଦର କୌର ପ୍ରମୁଖ ଉପସ୍ଥିତ ହୋଇଥିଲେ ।ଖୁବ ଶିଘ୍ର ନୂତନ ଗୁରୁଦ୍ବାର ନିର୍ମାଣ ହେବ ବୋଲି କର୍ମକର୍ତ୍ତାଗଣ କହିଥିଲେ ।