ରାଇରଙ୍ଗପୁରରେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ୩କିମି ଦୂର ରାଇରଙ୍ଗପୁର ବ୍ଲକର ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ପାତେପାଣି ଗ୍ରାମ୍ଯ ରାସ୍ତା ଦେଇ ଏକ ଟ୍ରାକ୍ଟର ଖଡଖାଈ ନଦୀରୁ ବାଲି ଆଣିବାକୁ ଯାଇ ଖାଲରେ ପଡ଼ି ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଘଟଣାଟି ଶନିବାର ଦିନ ସକାଳେ ଘଟିଥିଲା ।ମୃତ ଚାଳକର ନାମ ଚାନ୍ଦରାୟ ସୋରେନ (୨୫) ଘର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ୧ ନମ୍ବର ଓ୍ବାର୍ଡର । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ନମ୍ବର ଓଡି ୧୧ ଇ ୨୫୦୪ ।ବର୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଘଟଣାସ୍ଥଳରେ ପହଂଚି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଅନ୍ୟାନ୍ୟ ସୁବିଧା ଅସୁବିଧା ବୁଝିଥିଲେ । ପୋଲିସ ଶବକୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ଯବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ତାନ୍ଦରାୟ ମୃତ୍ୟୁରେ ଗାଁରେ ଶୋକରେ ଛାୟା ଖେଳିଯାଇଛି ।ଟ୍ରାକରରେ ଥିବା ମହିଳା ଶ୍ରମିକ ଲିଲି ବେଶ୍ରା ଘର ପୁରୁଣାପାଣି ମଧ୍ୟ ଗୁରୁତର ହୋଇ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ଟାଉନ ଥାନାରେ ମାମଲା ୧୦୯|୨୦ ରଜୁ ହୋଇଛି