ରାଇରଙ୍ଗପୁରରେ ପରିକ୍ରମାର ଦଶମ ସ୍ବନକ୍ଷତ୍ର ଉତ୍ସବ
ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ): ସ୍ଥାନୀୟ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସରରେ ଦକ୍ଷତା ବିକାଶ କେନ୍ଦ୍ର କକ୍ଷରେ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ’ ପରିକ୍ରମା’ପକ୍ଷରୁ ଦଶମ ସ୍ବନକ୍ଷତ୍ର ଉତ୍ସବ ଓ ବର୍ଷାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ପରିକ୍ରମା ର ଆବାହକ ପ୍ରତିଷ୍ଠାତା ମନୋଜ ଦାସ ପରିକ୍ରମାର ଆଭିମୁଖ୍ଯ ଉପସ୍ଥାପନା କରିବା ସହ ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ଆଲୋଚନା ଚକ୍ରର ଶୁଭାରମ୍ଭ କରିଥିଲେ । ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋରଡା ବିଧାୟକ ରାଜକିଶୋର ଦାସ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଓ ମେଜର ଦେବେନ୍ଦ୍ର ନାଥ ଦାସ,ମୁଖ୍ୟ ଆକର୍ଷଣ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା,ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ପ୍ରଶାନ୍ତ ,ସାମ୍ବାଦିକ ଶରତ ଦାସ,ବିଜେପିର ବରିଷ୍ଠ ନେତା ଈଷାନ୍ ମିଶ୍ର, ବିଜେଡିର ବରିଷ୍ଠ ନେତା ସୁବାସ ମଣ୍ଡଳ,ପ୍ରକାଶ ପାତ୍ର,ରାଜୁ ଯାଦବ ପ୍ରମୁଖ ଯୋଗଦେଇ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ ।ମୁଖ୍ୟ ବକ୍ତା ଶ୍ରୀ ଦାସ ତାଙ୍କ ବକ୍ତବ୍ଯରେ ଚିନ୍ତା ଓ ଚେତନାରେ ସାକାରତ୍ମକ ବିଚାର ଧାରାର ପ୍ରୟୋଗ ପାଇଁ ଆହ୍ୱାନ ଦେଇଥିଲେ ।ବକ୍ତାମାନେ ଇଂରାଜୀ ନବବର୍ଷ ୨୦୨୧ରେ ସଂଘବଦ୍ଧ ଭାବେ ନିଜ ଅଞ୍ଚଳର ଉନ୍ନତି କରିବା ସହ , ସଚେତନ ରହି କରୋନା ବିପକ୍ଷରେ ଲଢିବାକୁ ପରାମର୍ଶ ଦେଇଥିଲେ ।ମୁଖ୍ୟ ଆକର୍ଷଣ ଦୈତାରୀ ପଣ୍ଡା ନିଜ ଅଭିନୀତ ଯାତ୍ରା ନାଟକର ବିଭିନ୍ନ ସଂଳାପ ଉପସ୍ଥାପନ କରି ଦର୍ଶକ ମାନଙ୍କର ମନମୋହି ଢନେଇଥିଲେ ।ଏହି ଅବସରରେ ଦୈତାରୀ ପଣ୍ଡାଙ୍କୁ “ଯାତ୍ରା ସାମ୍ରାଜ୍ୟ ଚକ୍ରବର୍ତ୍ତୀ” ଉପାଧିରେ ଭୂଷିତ କରାଯିବା ସହ,ପ୍ରଦୀପ କୁମାର ଦାସଙ୍କୁ ବିଚ୍ଛିନ୍ନାଞ୍ଚଳ ଗୌରବ ସମ୍ମାନ ଏବଂ ପ୍ରଶାନ୍ତ ଦାସ ଓ ମେଜର ଦେବେନ୍ଦ୍ର ନାଥ ଦାସ ଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା କବି ତିମିର ରଞ୍ଜନ ପଣ୍ଡା,ମଞ୍ଚ ନାଟକ ଅଭିନେତା ରବୀନ୍ଦ୍ର କୁମାର ପଲାଇ, ବାଲ୍କକା ଚିତ୍ର ଶିଳ୍ପୀ ଦଶରଥ ମହାନ୍ତ , ନାଟକ ଓ ଯାତ୍ରା ନିର୍ଦ୍ଦେଶ ଭାଗ୍ଯଧର ବେହେରା, ସମାଜସେବୀ ଦୀପକ କୁମାର ମହାପାତ୍ର,ସମାଜସେବୀ ଓ ସାଂସ୍କୃତିକ ସଂଗଠକ ଦୀପକ କୁମାର ଜେନା, ଲୋକ ସଙ୍ଗୀତ ସାଧକ କିରଣ କୁମାର ମହାନ୍ତ,ଯୁବ ସମାଜସେବୀ ସବ୍ଯସାଚୀ କପରଦାର ପ୍ରମୁଖ ୮ଜଣଙ୍କୁ ପରିକ୍ରମା ଉତ୍କର୍ଷ ସମ୍ମାନ-୨୦୨୦ ପ୍ରଦାନ କରାଯାଇଥିଲା ।କୁଇଜ୍ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର, ସମାଜସେବୀ ଗୌରୀଶଙ୍କର ସାରଡା, ଅନୁରାଗ ଗୁପ୍ତା, ବାଦ୍ଯଯନ୍ତ୍ର ଶିଳ୍ପୀ ପ୍ରଭାତ ବୋଷ ଙ୍କୁ ପ୍ରିତି ଉପହାର ସହ ସମ୍ମାନୀତ କରାଯାଇଥିଲା । ଦିବସ ବ୍ଯାପି କାର୍ଯ୍ୟକ୍ରମର ପ୍ରାରମ୍ବରେ ବିଶିଷ୍ଟ ସାହିତ୍ୟିକ ନେପାଳ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ , ଶିକ୍ଷାବିତ ଦିଲ୍ଲୀପ ମହାନ୍ତି ଙ୍କ ଉପସ୍ଥିତିରେ ସାରସ୍ବତ ସାଧକ ରଞ୍ଜନ କୁମାର ନନ୍ଦ ଓ ଡ: ଦିଗାମ୍ବର ଗିରି ଙ୍କ ସଂଯୋଜନା ରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବୟତ୍ରୀ ନିରୂପମା କବି, ମମତା ପାତ୍ର , ପୁଷ୍ପଲତା ମହାନ୍ତି , ପ୍ରମିଳା ସ୍ବାଇଁ , କବି ତିମିର ରଞ୍ଜନ ପଣ୍ଡା , ରଞ୍ଜନ କୁମାର ନନ୍ଦ , ଦିଗାମ୍ବର ଗିରି , ନେପାଳ ଚନ୍ଦ୍ର ସାହୁ , ଅଶୋକ ଚକ୍ର ସାହୁ, ସୁବ୍ରତ ସାହୁ , ସୁଦର୍ଶନ ବସା , ମାନସ ପରିଡା , ପ୍ରଦୀପ କୁମାର ଦାସ , ଚନ୍ଦ୍ର ବିଜୟୀ ମିଶ୍ର , ସୁଶାନ୍ତ ପରୀକ୍ଷା, ବିଜୟ କୁମାର ରାମ୍ , ଗୋପାଳ କୃଷ୍ଣ ମହାନ୍ତି , ଜଗନ୍ନାଥ ବଳ, ସୁଦୀର ବସା, ମିଲନ ମହାନ୍ତ, ସାର୍ଥକ ପଣ୍ଡା , ଲାଲ ମୋହନ ମାଝୀ, ଜି ଏସ୍ ରଜତ ଦୋଳେଇ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଏହା ପରେ କୁଇଜ୍ ମାଷ୍ଟର ଚନ୍ର ବିଜୟୀ ମିଶ୍ର ଙ୍କ ସୁପରିଚାଳନାରେ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ କୃତୀ ପ୍ରତିଯୋଗୀ ମାନଙ୍କୁ ପରିକ୍ରମା ପକ୍ଷରୁ ତତ୍କାଳ ପୁରଷ୍କୃତ କରାଯାଇଥିଲା । ଦଶମ ସ୍ବନକ୍ଷତ୍ର ଦିବସ ଅବସରରେ ପୂର୍ବରୁ ଆୟୋଜିତ ବକୃତା ପ୍ରତିଯୋଗିତାରେ ୨୭ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।