ରାଇରଙ୍ଗପୁରରେ ବାମନଘାଟୀ ଖଣ୍ଡାୟତ-କ୍ଷତ୍ରୀୟ ମହାସଭା ବୈଠକ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ପିସିଏମ କଲ୍ଯାଣ ମଣ୍ଡପ ପରିସରରେ ରବିବାର ଦିନ ଅପରାହ୍ନ ୪ ଘଟିକାରେ ବାମନଘାଟୀ ଖଣ୍ଡାୟତ -କ୍ଷତ୍ରୀୟ ମହାସଭାର ବୈଠକ ଚିତ୍ତ ରଂଜନ ପଟ୍ଟନାୟକଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ଯ ମାର୍ଗଦର୍ଶକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ନେତା ରାଖାଲ ଚନ୍ଦ୍ର ବରାଳ,ଆଡଭୋକେଟ ରଘୁନାଥ ଦାସ ଏବଂ ସମାଜସେବୀ ଯୋଗେନ୍ଦ୍ର ବେହୁରା ଯୋଗ ଦେଇଥିଲେ ।ଯୁବ ସମାଜସେବୀ ଶାଶ୍ବତ ବଳ ବୈଠକ ଆୟୋଜନର ଲକ୍ଷ୍ଯ ଓ ଉଦେଶ୍ଯ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ।ପ୍ରାବନ୍ଧିକ ଜଗନ୍ନାଥ ବଳ କଣ୍ଡାୟତ-କ୍ଷତ୍ରୀୟଙ୍କ ଅତିତ ଗାଥାର ଗୁଣଗାନ କରିଥିଲେ । ସାମ୍ବାଦିକ ଅକ୍ଷୟ ବିଶ୍ବାଳ ସାଂପ୍ରତିକ ପରିସ୍ଥିତିରେ ଖଣ୍ଡାୟତ-କ୍ଷତ୍ରୀୟମାନେ କିଭଳି ବିଭିନ୍ନ ସମସ୍ଯା ଯଥା ସାମାଜିକ,ଅର୍ଥନୈତିକ,ସାମ୍ବିଧାନିକ ମୌଳିକ ଅଧିକାର,ସଂରକ୍ଷଣ କ୍ଷେତ୍ରରେ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ତାହାର ବିସ୍ତୃତ ତଥ୍ଯ ଉପସ୍ଥାପନ କରିଥିଲେ ।ଯୁବ ସମାଜସେବୀ ଦିପ୍ତୀମାନ ବଳ ଖଣ୍ଡାୟତ-କ୍ଷତ୍ରୀୟଙ୍କ ସାମାଜିକ,ସାଂସ୍କୃତିକ ଭାଵର ଆଦାନ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ଅନୂପ ମହାନ୍ତି ସବୁ ସମାଜର ସଂଘ ଥିବାବେଳେ ଆମ୍ଭେମାନେ ଆମ ସମାଜକୁ ବାମନଘାଟୀ ଉପଖଣ୍ଡରେ ଏକ ନମ୍ବର ସଂଘ ଭାବେ ଗଢି ତୋଲିବାପାଇଁ ସମସ୍ତେ ନିସ୍ବାର୍ଥ ଭାବରେ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ସେହିଭଳି ରାଇରଙ୍ଗପୁର ଓକିଲ ସଂଘ ସଂପାଦକ ମନୋଜ ଦାସ କହିଥିଲେ ଖଣ୍ଡାୟତ-କ୍ଷତ୍ରୀୟ ଭଳି ଏକ ଯୋଦ୍ଧା,ଦେଶପ୍ରେମୀ,ପରୋପକାରୀ ସମ୍ପ୍ରଦାୟ ନିଜ ସଂପ୍ରଦାୟର ସର୍ବାଙ୍ଗିନ ଉନ୍ନତି ପାଇଁ ଆଗେଇ ଆସିବା ଉଚିତ ।ସେହିଭଳି ମନୋରଂଜନ ପଟନାୟକ ସମସ୍ତେ ଖଣ୍ଡାୟତ-କ୍ଷତ୍ରୀୟ ଗୋଟିଏ ଛତାତଳେ ରହି ନିଜର ହକ୍ ଲଢିବା ପାଇଁ ନିବେଦନ କରିଥିଲେ । ସେହିଭଳି ଅଂଜନ ବରାଳ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତେ ଏକଜୁଟ ହେବା ଦରକାର ବୋଲି କହିଥିଲେ । ସେହିଭଳି ସଂଜୟ ନାୟକ ଏହି ସଂଗଠନରେ ଅଧିକରୁ ଅଧିକ ସଦସ୍ଯ ଯୋଡାଗଲେ ସଂଗଠନ ସୁଦୃଢ ହେବ ବୋଲି କହିଥିଲେ ।ଶେଷରେ ପ୍ରଥମେ ରାଇରଙ୍ଗପୁର ପୌରାଞ୍ଚଳରେ ବସବାସ କରୁଥିବା ସମସ୍ତ ଖଣ୍ଡାୟତ ସଦସ୍ଯଙ୍କୁ ସଂଗଠିତ ତଥା ଉତୋରତ୍ତର ଉନ୍ନତି ପାଇଁ ଏବଂ ଖଣ୍ଡାୟତ ସମାଜର ମଙ୍ଗଳ ଉଦେଶ୍ଯରେ ଏକ ବୈଠକ ବସି ‘ରାଇରଙ୍ଗପୁର ପୌର ପରିଷଦ ଖଣ୍ଡାୟତ ମହାସଭା,ରାଇରଙ୍ଗପୁର” ଗଠନ ନିମନ୍ତେ ଉପସ୍ଥିତ ସଦସ୍ଯଙ୍କ ମଧ୍ଯରେ ଆଲୋଚନା କରାଯାଇ ସର୍ବ ସମ୍ମତିକ୍ରମେ ପ୍ରସ୍ତାବମାନ ଗୃହିତ ହୋଇଥିଲା ।ପ୍ରସ୍ତାବ ନଂ ୧-ରାଇରଙ୍ଗପୁର ପୌର ପରିଷଦ ଅନ୍ତର୍ଗତ ସମସ୍ତ ଓ୍ବାର୍ଡରେ ଥିବା ଖଣ୍ଡାୟତ ପରିବାରର ଏକ ତାଲିକା ପ୍ରସ୍ତୁତ କରାଯିବା ,୨-ଖଣ୍ଡାୟତ ମହାସଭାର ସମସ୍ତ କାର୍ଯ୍ଯ ପରିଚାଳନା ନିମନ୍ତେ ଏକସ୍ଥାୟୀ କାର୍ଯ୍ଯାଳୟର ବ୍ଯବସ୍ଥା ଏବଂ ୩-ବର୍ତ୍ତମାନ ସମୟରେ ଖଣ୍ଡାୟତ ମହାସଭାର ଆବାହକ ଭାବେ ଚିତ୍ତ ରଂଜନ ପଟନାୟକଙ୍କୁ ଦାୟିତ୍ବ ଅର୍ପଣ କରାଯାଇଥିଲା ।ତାଙ୍କର ଆବଶ୍ଯକ ହେଲେ ଅନ୍ଯ ସଦସ୍ଯଙ୍କ ସହଯୋଗ ଲୋଡି ପାରିବେ ,୪-ଖଣ୍ଡାୟତ ମହାସଭା ଗଠନ,ପରବର୍ତ୍ତି କାର୍ଯ୍ଯକ୍ରମ ତଥା ବିଭିନ୍ନ ପ୍ରକାର ଆଲୋଚନା ପାଇଁ ପ୍ରତ୍ଯେକ ମାସର ଶେଷ ରବିବାର ଦିନ ବୈଠକ ଅନୁଷ୍ଠିତ ହେବ ।ଶେଷରେ ବରିଷ୍ଠ ସଦସ୍ଯ ରାଖାଲ ଚନ୍ଦ୍ର ବରାଳ,ଯୋଗେନ୍ଦ୍ର ବେହୁରା ଏବଂ ରଘୁନାଥ ଦାସଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପମାଲ୍ଯ ଦେଇ ସମ୍ବର୍ଦ୍ଧନା କରାଯିବା ସହ ସେମାନଙ୍କର ଆଶୀର୍ବାଦ କାମନା କରିଥିଲେ । ରାଇରଙ୍ଗପୁର ପୌରାଞ୍ଚଳର ୧୫ଟି ଓ୍ବାର୍ଡରେ ନୁତନ ସଦସ୍ଯଙ୍କ ତାଲିକା ପାଇଁ ପ୍ରତ୍ଯକ ଓ୍ବାର୍ଡର ଜଣେ ଜଣଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି । ଦିର୍ଘବର୍ଷ ପରେ ପୁଣିଥରେ ଏହି ସଂଘକୁ ପୁନର୍ଜିବିତ କରିବା ପାଇଁ ଯେଉଁ ସଦସ୍ଯମାନେ ଅଣ୍ଟାଭିଡି ଏହି ବୈଠକ ଆୟୋଜନ କରିଥିଲେ ସେମାନଙ୍କର ଏହି ସାଧୁ ଉଦ୍ଯମକୁ ସମସ୍ତ ସଦସ୍ଯମାନେ ପ୍ରଶଂସା କରିଥିଲେ ।ଏହି ବୈଠକରେ ଜଗନ୍ନାଥ ବଳ,ଗଜେନ୍ଦ୍ର ମହାନ୍ତି,ପ୍ରଦୀପ ପରିଡା,ମନୋଜ ଦାସ,ରଣଜିତ ମହାନ୍ତି,ଶ୍ରିପତି ମହାନ୍ତି,କାଞ୍ଚନ ପଟନାୟକ,ରାଜୀବ ପଟନାୟକ,ସୁରେଶ ପଟନାୟକ,ସଂଜୟ ରାଉତ,ସଂଜିତ ମହାନ୍ତି,ସୌମିତ ବଳ,ମୋହିତ ବିଶୋଇ,ବୀଜନ ବରାଳଙ୍କ ସମେତ ବହୁ ଲୋକ ସାମିଲ ହୋଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ